ETV Bharat / city

ସଂକ୍ରମିତଙ୍କ ଠାରେ ସର୍ବାଧିକ 3 ଦିନ ରହୁଛି ଲକ୍ଷଣ: ଡା. ଜୟନ୍ତ ପଣ୍ଡା

author img

By

Published : Jan 15, 2022, 7:58 PM IST

ଡା. ଜୟନ୍ତ ପଣ୍ଡା
ଡା. ଜୟନ୍ତ ପଣ୍ଡା

ରାଜ୍ୟରେ ମହାମାରୀ ସଂକ୍ରମଣ ଦେଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଜି ହୋଇଥିବା ସଚେତନା କାର୍ଯ୍ୟକ୍ରମରେ ଡାକ୍ତର ଜୟନ୍ତ ପଣ୍ଡା କୋଭିଡର ନୂଆ ଭାରିଆଣ୍ଟର ଲକ୍ଷଣ ସତର୍କତା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ମହାମାରୀ ସଂକ୍ରମଣ ଦେଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଜି ହୋଇଥିବା ସଚେତନା କାର୍ଯ୍ୟକ୍ରମରେ ଡାକ୍ତର ଜୟନ୍ତ ପଣ୍ଡା କୋଭିଡର ନୂଆ ଭାରିଆଣ୍ଟର ଲକ୍ଷଣ ସତର୍କତା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ସଂକ୍ରମିତଙ୍କ ଠାରେ ସର୍ବାଧିକ 3 ଦିନ ରହୁଛି ଲକ୍ଷଣ:ଡା. ଜୟନ୍ତ ପଣ୍ଡା

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ରାଜ୍ୟରେ ମହାମାରୀର ତୃତୀୟ ପର୍ଯ୍ୟାୟ ଓମିକ୍ରନ ରୂପେ ଆରମ୍ଭ ହୋଇସାରିଛି । ଓମିକ୍ରନର ସଂକ୍ରମଣ ଅଧିକ ରହିଥିଲେ ମଧ୍ୟ ସଂକ୍ରମିତ ଗୁରୁତର ହେଉନାହାନ୍ତି । ଭୂତାଣୁ ଶରୀରକୁ ପୁରା ପ୍ରବେଶ କରିପାରୁ ନାହିଁ, ଗଳାରେ ରହୁଛି ।

ତୃତୀୟ ଲହରରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ୨ ରୁ ୩ ଦିନ ରହୁଛି। ଅନ୍ୟ ଲହର ତୁଳନାରେ ଏହା କମ ରହିଛି । ଅନ୍ୟ ଲହର ପରି ଆଘ୍ରାଣ ଶକ୍ତି କମିବା ଲକ୍ଷଣ ନାହିଁ । କେବଳ ଗଳାରେ ପୀଡା ହେବା, ନାକ ବନ୍ଦ ହେବା, ଦେହ ବିନ୍ଧା ହେବା, ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ଏହାର ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତଙ୍କ ବିଶେଷ ଲକ୍ଷଣ ଦେଖାଯାଉନାହିଁ । ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା କ୍ଷତିକାରକ । କୌଣସି ମଧ୍ୟ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି । ଉଭୟ ଡୋଜ ଟିକା ନେଇ ସାରିଥିଲେ ମଧ୍ୟ ନିୟମ ମାନିବାକୁ ପଡିବ ।

ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ସତର୍କ ନରହିଲେ ଟିକା ନେଇଥିଲେ ମଧ୍ୟ କରୋନା ହୋଇପାରେ। ଏଥିପାଇଁ ମାସ୍କ, ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ଓମିକ୍ରନ ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ଅଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.