ETV Bharat / city

ସଙ୍ଗୀତ ପରିବେଷଣ ଦାବିରେ ଓମାୱା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

author img

By

Published : Sep 1, 2021, 7:03 PM IST

ସଙ୍ଗୀତ ପରିବେଷଣ ଦାବିରେ ଓମାୱା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
ସଙ୍ଗୀତ ପରିବେଷଣ ଦାବିରେ ଓମାୱା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

କୋଭିଡ କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏବେ କୋରୋନା ସ୍ଥିତିରେ ସୁଧାର ଆସିବାରୁ ସଂପୂର୍ଣ୍ଣ କୋଭିଡ ନିୟମ ମାନି ସଙ୍ଗୀତ କାର୍ଯ୍ୟକ୍ରମ କରିବାକୁ ଓମାୱା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ସଙ୍ଗୀତ ପରିବେଷଣ ଅନୁମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବିଭିନ୍ନ କଳାକାରଙ୍କ ସମେତ କଣ୍ଠଶିଳ୍ପୀ । କୋଭିଡ କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବନ୍ଦ ରହିଥିବାବେଳେ ଏବେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ଧିରେ ଧିରେ ସମସ୍ତ କାର୍ଯ୍ୟକ୍ରମ ମାନ କୋଭିଡ କଟକଣାକୁ ମାନି ଚାଲୁ ରହିବ । ସୂଚନାନୁସାରେ ଓଡିଆ ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ ( ଓମାୱା ) ପକ୍ଷରୁ ସମସ୍ତ କଳାକାର ସଙ୍ଗୀତ କାଯ୍ୟକ୍ରମ ପରିବେଷଣର ଅନୁମତି ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି ।

ସଙ୍ଗୀତ ପରିବେଷଣ ଦାବିରେ ଓମାୱା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ଦୀର୍ଘ 18 ମାସ ଧରି ଓଡିଶାର ସଙ୍ଗୀତ ଜଗତର ମଞ୍ଚ ସଙ୍ଗୀତ କଳାକାରମାନେ ନିଜର ଜୀବିକା ହରାଇବା ଯୋଗୁଁ ଆର୍ଥିକ ଭାରସାମ୍ୟ ହରାଇଛନ୍ତି । ତେବେ ଅର୍ଥାଭାବରୁ କେହି କେହି ନିଜର ବାଦ୍ୟ ଯନ୍ତ୍ର ବିକ୍ରି କରିବାକୁ ବସିଲାଣି ତ ଆଉ କିଛି କଳାକାର ନିଜ ନିଜର ବୃତ୍ତି ପରିବର୍ତ୍ତନ କରି ବିଭିନ୍ନ ବ୍ୟବସାୟ କରୁଥିବା ନେଇ ନଜରକୁ ଆସିଛି । ଆଉ ପ୍ରତିଷ୍ଠିତ କଳାକାରଙ୍କର ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ଓମାୱା ପକ୍ଷରୁ ଆଗାମୀ ଗଣେଶ ପୂଜାଠାରୁ ମଞ୍ଚ ସଙ୍ଗୀତ କାଯ୍ୟକ୍ରମ ପରିବେଷଣ ନେଇ ଅନୁମତି ପ୍ରଦାନ କରିବାକୁ ଦାବି କରିଛି ସଙ୍ଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.