ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jun 24, 2022, 1:22 PM IST

Updated : Jun 24, 2022, 1:49 PM IST

ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା
ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ()

ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ତାଙ୍କର ପ୍ରାଚୀବିହାର ଘରୁ ମିଳିଲା ମୃତଦେହ । ସେ ୫୮ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ଅସନ୍ତୋଷରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖଳନାୟକ ଭୂମିକାରେ ପ୍ରତିଟି ଓଡିଆର ହୃଦୟ ଜିତିଥିଲେ ରାଇମୋହନ ପରିଡା । ନିଜର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ରାଇମୋହନ ୯୦ରୁ ଅଧିକ ଓଡିଆ ଚଳଚ୍ଚିତ୍ର ଏବଂ ୧୫ଟି ବଙ୍ଗାଳି ଫିଲ୍ମରେ ଅଭିନୟ କରିଛନ୍ତି ।

ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଳାଶୁଣି ଅନ୍ତର୍ଗତ ପ୍ରାଚୀ ବିହାରରେ ଥିବା ଉଦୟପୁର ଆପାର୍ଟମେଣ୍ଟର ପ୍ରଥମ ମହଲାରେ ରାଇମୋହନ ନିଜ ପରିବାର‌ ଲୋକଙ୍କ ସହ ରହୁଥିଲେ । ଆଜି ଦିନ‌ ପ୍ରାୟ ୧୧ ଟା ୨୦ ମିନିଟ୍ ସମୟରେ ଘଟଣା ଘଟିଥିବା ଜଣାପଡିଛି । ପରିବାର ଲୋକ କେହି ନଥିବା ଅବସ୍ଥାରେ ସେ ଏପରି ଆତ୍ମହତ୍ୟା କରିଛନ୍ତି । ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେନେଇ ତନାଘନା କରୁଛି ଟିମ୍ ।

Last Updated :Jun 24, 2022, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.