ETV Bharat / city

School Dropout: ମହାମାରୀରେ ପାଠ ଛାଡ଼ିବା ଘଟଣାରେ ୩ ବିଭାଗକୁ OHRCର ରିପୋର୍ଟ ତଲବ

author img

By

Published : Mar 11, 2022, 7:36 PM IST

Updated : Mar 12, 2022, 11:45 AM IST

School dropout: ମହାମାରୀରେ ପାଠ ଛାଡ଼ିବା ଘଟଣା, ୩ ବିଭାଗକୁ OHRCର ରିପୋର୍ଟ ତଲବ
School dropout: ମହାମାରୀରେ ପାଠ ଛାଡ଼ିବା ଘଟଣା, ୩ ବିଭାଗକୁ OHRCର ରିପୋର୍ଟ ତଲବ

କୋରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠ ଛାଡ଼ିବା ଘଟଣା । ଏପ୍ରିଲ ୨୬ ସୁଦ୍ଧା ୩ ବିଭାଗକୁ ରିପୋର୍ଟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାମାରୀ ସମୟରେ ସଂକ୍ରମଣ ଭୟରେ ଅନେକ ପାଠପଢା ଛାଡ଼ିଥିବା ଘଟଣା ସାମନାକୁ ଆସିଛି । ପାଠ ଛାଡିଥିବା ପିଲାଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ଫେରାଇ ଆଣିବାକୁ ରାଜ୍ୟ ମାନବ ଅଧିକାର କମିଶନ ୩ ବିଭାଗକୁ ନିର୍ଦ୍ଦେଶ ଦେଇଛି । ତେବେ ଆସନ୍ତା ଏପ୍ରିଲ 26 ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।

କୋଭିଡ଼ ସମୟରେ ରାଜ୍ୟରେ ପ୍ରାୟ 8 ଲକ୍ଷ ପିଲା ପାଠ ଛାଡି ଅନ୍ୟ ସ୍ଥାନରେ କାମ କରୁଛନ୍ତି । ରାଜ୍ୟରେ ଓ ରାଜ୍ୟ ବାହାରେ ଥିବା ହୋଟେଲ, ଢ଼ାବା, ଲଜ, ବେସରକାରୀ ଅନୁଷ୍ଠାନ, ଘରୋଇ କାମରେ ଲଗାଯାଇଛି । ଯେହେତୁ ସରକାରୀ ସ୍କୁଲ ବନ୍ଦ ଥିଲା ସଠିକ ହିସାବ ମିଳିବା କଷ୍ଟକର ଥିଲା । ଏବେ ସ୍କୁଲ ଖୋଲିବା ପରେ ସେମାନଙ୍କୁ ପୁଣି ଫେରେଇ ଆଣି ସ୍କୁଲରେ ନାମ ଲେଖାଇବା ସହ ସେମାନଙ୍କ ରହିବା ପାଇଁ ସଠିକ ବ୍ୟବସ୍ଥା କରିବାକୁ ଓଡି଼ଶା ଅଭିଭାବକ ମହାସଙ୍ଘ ଏକ ମାମଲା ଦାଏର କରିଥିଲା ।

School dropout: ମହାମାରୀରେ ପାଠ ଛାଡ଼ିବା ଘଟଣା, ୩ ବିଭାଗକୁ OHRCର ରିପୋର୍ଟ ତଲବ

ଓଡିଶା ମାନବିକ ଅଧିକାର କମିଶନର ଅଧକ୍ଷ୍ୟ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାବ ଦାଶଙ୍କୁ ନେଇ ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କ ୩ଟି ବିଭାଗର ପ୍ରମୁଖ ଶାସନ ସଚିବ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ଲେବର ଓ ESIକୁ ନିର୍ଦେଶ ଦେଇଛନ୍ତି । ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ସମସ୍ୟାକୁ କମିଶନଙ୍କ ଦୃଷ୍ଟିକୁ ଗତ ଜାନୁଆରୀ 10 ତାରିଖରେ ଆଣିଥିଲେ । ସାରା ଓଡିଶା ଗ୍ରସ୍ତ ସମୟରେ ଯେଉଁ ଢ଼ାବା, ଲଜ, ଛୋଟ ବଡ ବ୍ୟବସାୟ ଅନୁଷ୍ଠାନ ଦେଖିଲେ ସବୁଠି ସାନ ପିଲାମାନେ ବାଲ୍ୟ ମଜଦୁରୀ କାମରେ ଲାଗିଛନ୍ତି, ସେମାନଙ୍କ ସଂଖ୍ୟା ଅନୁମାନ କଲେ ପ୍ରାୟ 8 ଲକ୍ଷ ହେବ ।

ବିଶେଷ ଭାବେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ନୂଆପଡା, ସୋନପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନlଗିରି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ବର ଓ ଅନ୍ୟାନ୍ୟ ପାଖାପାଖି ଜିଲ୍ଲାରୁ ପିଲାମାନେ ଅନ୍ୟ ଜିଲ୍ଲାକୁ ପଳାଇଛନ୍ତି । ସେହିପରି ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଓ ଗଜପତି ଜିଲ୍ଲାରୁ ପିଲାମାନେ ସେମାନଙ୍କ ପରିବାର ସହ ବାହାରକୁ ଇଟା ଭାଟିରେ କାମ କରିବାକୁ ପଳାଇଛନ୍ତି ।

ସେମାନେ ଏବେ ନ ଆସିଲେ ଆଉ ପାଠ ପଢିପାରିବେ ନାହିଁ। ଏହା ସବୁଠାରୁ ବଡ଼ କ୍ଷତି ହେବ । ସେଥିପାଇଁ ଏହି ତିନି ବିଭାଗ ତୁରନ୍ତ ମିଶନ ମୋଡ଼ରେ ପିଲାଙ୍କୁ ଫେରାଇ ଆଣିବାକୁ ଭଟ୍ଟ ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗର ଶୁଣାଣି କରି ଅଧକ୍ଷ୍ୟ ଓ ସଭ୍ୟ ଆସନ୍ତା ଏପ୍ରିଲ 26 ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Mar 12, 2022, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.