ETV Bharat / city

Odisha Shivers In Cold Wave: ୧୫ ଡିଗ୍ରୀ ତଳେ ୨୨ ସହର ତାପମାତ୍ରା

author img

By

Published : Dec 16, 2021, 4:27 PM IST

Updated : Dec 16, 2021, 4:50 PM IST

WEATHER REPORT: ୧୫ ଡିଗ୍ରୀ ତଳେ ୨୨ଟି ସହରର ତାପମାତ୍ରା
WEATHER REPORT: ୧୫ ଡିଗ୍ରୀ ତଳେ ୨୨ଟି ସହରର ତାପମାତ୍ରା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରାତିର ତାପମାତ୍ରା ରହିଛି । ଦାରିଙ୍ଗିବାଡିରେ ସର୍ବନିମ୍ନ ୭ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ୯ ଡିଗ୍ରୀ ରାତିର ତାପମାତ୍ରା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ଦାରିଙ୍ଗିବାଡିରେ ସର୍ବନିମ୍ନ ୭ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ୯ ଡିଗ୍ରୀ ରାତିର ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରେ ୧୪.୪ ଡିଗ୍ରୀ , କଟକରେ ୧୪ ଡିଗ୍ରୀ, ବାଲେଶ୍ବରରେ ୧୩.୯ ଡିଗ୍ରୀ, ଚାନ୍ଦବାଲିରେ ୧୩, ପୁରୀରେ ୧୭.୨ ଓ ଅନୁଗୋଳରେ ୧୨.୬ ତାପମାତ୍ରା ରହିଛି । ସେହିପରି ଝାରସୁଗୁଡାରେ ୧୦.୬, କେନ୍ଦୁଝରରେ ୧୦.୪ ସମ୍ବଲପୁରରେ ୧୩.୦୫ ଓ ବଲାଙ୍ଗୀରରେ ୧୨.୮ ତାପମାତ୍ରା ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 16, 2021, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.