ETV Bharat / city

Odisha Corona: ଦିନକରେ ୩୩୨୯ ପଜିଟିଭ ଚିହ୍ନଟ

author img

By

Published : Jan 31, 2022, 9:44 AM IST

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona: ଦିନକରେ ୩୩୨୯ ପଜିଟିଭ ଚିହ୍ନଟ
Odisha Corona: ଦିନକରେ ୩୩୨୯ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୦୪ କିଶୋର କିଶୋରୀ ରହିଥିବା ବେଳେ ୧୯୩୪ କ୍ବାରେଣ୍ଟାଇନ ସେଣ୍ଟର ଓ ୧୩୯୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୮୫, ବାଲେଶ୍ବରରୁ ୧୪୧, ବରଗଡରୁ ୪୬, ଭଦ୍ରକରୁ୫୭, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୪୯, କଟକରୁ ୨୯୩, ଦେବଗଡରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡାରୁ ୭୪, କଳାହାଣ୍ଡିରୁ ୧୦୭, କନ୍ଧମାଳରୁ ୪୩, କେନ୍ଦ୍ରାପଡାରୁ ୭୩, କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡରୁ ୧୨୦, ନୂଆପଡାରୁ ୧୨୯, ପୁରୀରୁ ୫୬, ରାୟଗଡାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡରୁ ୨୩୭ ଓ ଷ୍ଟେଟପୁଲରୁ ୧୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.