ETV Bharat / city

Odisha Corona: କୋରୋନା କହର, 500 ପାର ଦୈନିକ ସଂକ୍ରମଣ

author img

By

Published : Jul 9, 2022, 9:55 AM IST

Updated : Jul 9, 2022, 10:06 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 512 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: କୋରୋନା କହର, 500 ପାର ପଜିଟିଭ
Odisha Corona: କୋରୋନା କହର, 500 ପାର ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ପୁଣି କ୍ରମାଗତ ବଢୁଛି ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 512 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 300 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 212 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 59 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 237 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 1, ବାଲେଶ୍ବରରୁ 3, ବରଗଡରୁ1, ଭଦ୍ରକରୁ 1, କଟକରୁ 89, ଦେବଗଡରୁ 2, ଗଞ୍ଜାମରୁ 2, ଜଗତସିଂହପୁରରୁ 8, ଯାଜପୁରରୁ 10, ଝାରସୁଗୁଡାରୁ 7, କଳାହାଣ୍ଡିରୁ 1, କେନ୍ଦ୍ରାପଡାରୁ 3, କେନ୍ଦୁଝରରୁ 3, ମାଲକାନଗିରିରୁ 3, ମୟୂରଭଞ୍ଜରୁ 8, ନୟାଗଡରୁ 1, ପୁରୀରୁ 29, ରାୟଗଡାରୁ 2, ସମ୍ବଲପୁରରୁ 6, ସୋନପୁରରୁ 15, ସୁନ୍ଦରଗଡରୁ 29 ଓ ଷ୍ଟେଟପୁଲରୁ 51 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,92,928ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2795 ସକ୍ରିୟ ମାମଲା ରହିଛି । ନୂଆ 204 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,80,954 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Last Updated : Jul 9, 2022, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.