ETV Bharat / city

STATE CORONA: ୨୮୮ ପଜିଟିଭଙ୍କ ମଧ୍ୟରେ ୫୩ ଶିଶୁ, 3 ମୃତ

author img

By

Published : Nov 24, 2021, 11:06 AM IST

୨୮୮ ପଜିଟିଭଙ୍କ ମଧ୍ୟରେ ୫୩ ଶିଶୁ, 3 ମୃତ
୨୮୮ ପଜିଟିଭଙ୍କ ମଧ୍ୟରେ ୫୩ ଶିଶୁ, 3 ମୃତ

ରାଜ୍ୟରେ ୨୮୮ ନୂଆ ସଂକ୍ରମଣ ମାମଲା । ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୫୩ ଜଣ ୧୮ ବର୍ଷରୁ କମ୍ ବୟସ୍କ । ଏହା ସହିତ ୩ଜଣ କୋରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି । କୋରୋନାଜନିତ ମୃତ୍ୟୁର ବି ସମାନ ସ୍ଥିତି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୮୮ ନୂଆ ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ୫୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ସେହିପରି ଦିନକରେ ଆଉ ୩ଜଣଙ୍କର ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮ ହଜାର ୩୯୯ରେ ପହଞ୍ଚିଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୬୬ଜଣ କ୍ବାରେଣ୍ଟାଇନ ଏବଂ ୧୨୨ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ବରଗଡ ୧, ବଲାଙ୍ଗୀରି ୩, ଭଦ୍ରକରୁ ୭, ବୌଦ୍ଧରୁ ୧, କଟକରୁ ୨୧, ଦେବଗଡରୁ ୧, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଗଜପତିରୁ ୫, ଜଗତସିଂହପୁରରୁ ୨, ଯାଜପୁରରୁ ୧୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରପଡାରୁ ୮ , କେନ୍ଦୁଝର ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୨, ନୟାଗଡରୁ ୧୬, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧ ଓ ଷ୍ଟେଟ ପୋଲରୁ ୨୭ଜଣ ସଂକ୍ରମିଣ ମାମଲା ରହିଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ଆଉ ୩ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୨ଜଣ ହୋଇଥିବାବେଳେ ଜଗତସିଂହପୁରରୁ ୧ ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ମୋଟ ମୃତ୍ୟୁସଂଖ୍ୟା ୧୫୭୬କୁ ବୃଦ୍ଧି ହୋଇଥିବାବେଳେ ଜଗତସିଂହପୁରରେ ୩୧୯ରେ ପହଞ୍ଚିଛି ।

ଅପରପକ୍ଷେ ଗୋଟିଏ ଦିନରେ ରାଜ୍ୟରୁ ୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡିଶାରୁ ସମୁଦାୟ ୧୦ଲକ୍ଷ, ୪୭ ହଜାର ୬୭୪ଜଣ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୩୭ ହଜାର ୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ବି ୨ ହଜାର ୨୨୧ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.