ETV Bharat / city

Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ

author img

By

Published : Sep 1, 2022, 10:09 AM IST

Odisha Corona Cases, ରାଜ୍ୟରେ 2ଶହ ତଳେ ସଂକ୍ରମଣ
Odisha Corona Cases, ରାଜ୍ୟରେ 2ଶହ ତଳେ ସଂକ୍ରମଣ

24 ଘଣ୍ଟାରେ ରାଜ୍ୟରେ ଆଉ 187 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କୋରୋନା ଦୈନିକ ସଂକ୍ରମଣ । ଆଜି 2ଶହ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 187 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 109 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 78 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 28 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 6, ବରଗଡରୁ 5, ଭଦ୍ରକରୁ 2, ବଲାଙ୍ଗୀରରୁ 10, କଟକରୁ 8, ଦେଓଗଡରୁ 2, ଯାଜପୁରରୁ 7, ଝାରସୁଗୁଡାରୁ 1, କଳାହାଣ୍ଡିରୁ 4, କନ୍ଧମାଳରୁ 3, କୋରାପୁଟରୁ 6, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 3, ଖୋର୍ଦ୍ଧାରୁ 34 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-LPG Cylinder Price: ୧୦୦ ଟଙ୍କା କମିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ୍

ସେହିପରି ମାଲକାନଗିରିରୁ 1, ମୟୂରଭଞ୍ଜରୁ 8, ନବରଙ୍ଗପୁରରୁ 7,ନୟାଗଡରୁ 7, ନୂଆପଡାରୁ 6, ପୁରୀରୁ 7, ରାୟଗଡାରୁ 1, ସମ୍ବଲପୁରରୁ 8, ସୋନପୁରରୁ୨, ସୁନ୍ଦରଗଡରୁ 37 ଓ ଷ୍ଟେଟପୋଲରୁ 8 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 27 ହଜାର 657ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1954 ସକ୍ରିୟ ମାମଲା ରହିଛି । ନୂଆ 302ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 27 ହଜାର 844ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,31,93, 751 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟ ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.