ETV Bharat / city

ପୁଣି ଫେରିଲା କୋଭିଡ ଆତଙ୍କ, ଲାଗୁ ପୁରୁଣା କଟକଣା

author img

By

Published : Mar 19, 2021, 9:59 PM IST

ପୁଣି ଫେରିଲା କୋଭିଡ ଆତଙ୍କ, ଲାଗୁ ପୁରୁଣା କଟକଣା
ପୁଣି ଫେରିଲା କୋଭିଡ ଆତଙ୍କ, ଲାଗୁ ପୁରୁଣା କଟକଣା

କୋରୋନା ପ୍ରତିହିତ ପାଇଁ 2020 ଜୁନ 8 ରେ ରାଜ୍ୟ ସରକାର ଲାଗୁ କରିଥିବା କଟକଣା ପୁଣି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦେଶନ୍ତୁ କଣ କରିବା ମନା ..

ଭୁବନେଶ୍ବର: ପୁଣି ମାଡି ବସିଲାଣି କୋଭିଡ ଆତଙ୍କ । କାୟା ମେଲାଉଛି କୋରୋନା ଭୂତାଣୁ । ବିଭିନ୍ନ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ହେଉଛି । ଓଡିଶାରେ ବି ସଂକ୍ରମଣ ଭୟ ଦେଖାଦେଲାଣି । ଏଭଳି ସମୟରେ କୋରୋନା କଟକଣା କଡା କରିଛି ସାଦାରଣ ପ୍ରଶାସନ ବିଭାଗ ।

କୋରୋନା ପ୍ରତିହିତ ପାଇଁ 2020 ଜୁନ 8 ରେ ରାଜ୍ୟ ସରକାର ଲାଗୁ କରିଥିବା କଟକଣା ପୁଣି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଅନୁସାରେ ଅଫିସ ଭିତରେ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୀଳକ ସହ ପରସ୍ପର ଭିତରେ 2 ମିଟର ଦୂରତା ଜରୁରୀ ହୋଇଛି । ଏଥିସହ କର୍ମଚାରୀ ସର୍ବଦା ଭାବେ 20 ସେକେଣ୍ଡ ହାତ ଧୋଇବେ ବୋଲି ରହିଚି ନିର୍ଦ୍ଦେଶ । ସେହିଭଳି ଅଫିସିରେ କୌଣସି ବୈଠକ ହେଲେ ଭିଡିଓ କନଫରେନ୍ସି ଜରିଆରେ କରିବାକୁ ଗୁରୁତ୍ବ ଦିଆଯିବ ।

ଦୈନିକ ଭାବେ ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଚି । ଗଲା 24 ଘଣ୍ଟାରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଡେଇଁଲାଣି । ଏଥିମଧ୍ୟରେ କିଛି କ୍ବାରେଣ୍ଟିନରେ ରହିଥିବା ବେଳେ 46 ସ୍ଥାନୀୟ ମାମଲା ଅଛି । ସର୍ବାଧିକ କଟକରୁ ରହିଛି । ଏଭଳି ଚିନ୍ତାଜନକ ସ୍ଥିତି ଭିତରେ ସଂକ୍ରମଣ ଆଶଙ୍କା ବଢୁଥିବାରୁ ସରକାର 2020 ଜୁନ 8 ର ଅର୍ଡର ନମ୍ବର 13365 କୁ ଗୁରୁତ୍ବ ଦେଇଛନ୍ତି । ଏଥିରେ ରାଜ୍ୟ ସରକାର କୋଭିଡ ରୋକିବାକୁ କଠୋର ନିର୍ଦ୍ଦେଶାବଳୀ ଜାରି କରିଥିଲେ ।

ଏଥିରେ ରହିଛି କି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାଧାରଣତଃ ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଫିଜିକାଲ ମିଟିଂ ଜରୁରୀ ରହିବ ତେବେ ସାମାଜିତ୍ବ ଦୂରତ୍ବ ସହ ବୈଠକ ଆୟୋଜନ ହେବା ଦରକାର ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.