ETV Bharat / city

ଆସନ୍ତା ୨ ଦିନ ଯାଏଁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

author img

By

Published : Sep 27, 2021, 4:01 PM IST

ଆସନ୍ତା ୨ ଦିନ ଯାଏଁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା ୨ ଦିନ ଯାଏଁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

24 ଘଣ୍ଟା ମଧ୍ୟରେ ୪ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ୨ ଦିନ ଧରି ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା 'ଗୁଲାବ'। ଆଉ ଏହାର ପ୍ରଭାବ ୧୨ ଘଣ୍ଟା ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ସୂଚନାନୁଯାୟୀ ଗତ ୨୪ ଘଣ୍ଟାରେ କୋରାପୁଟ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । କୋରାପୁଟର ପଟ୍ଟାଙ୍ଗୀରେ ସର୍ବାଧିକ ୧୪୮ ମିଲିମିଟର ବର୍ଷା ହୋଇଛି ।

ଆସନ୍ତା ୨ ଦିନ ଯାଏଁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଏବେ ରାଜ୍ୟରେ ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏହାସହ ସେପ୍ଟେମ୍ବର ମାସରେ ମୌସୁମୀ ପ୍ରଭାବରେ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେବେ ୧ ଜୁନରୁ ଅଭାବୀ ପୂରଣ ହୋଇ ୧୦ ପ୍ରତିଶତ ନିଅଣ୍ଟିଆ ରହିଛି । ଆଉ ହାରାହାରି ୧୫.୮ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.