ETV Bharat / city

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Nov 18, 2020, 10:48 AM IST

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ

ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏଥିପାଇଁ ସର୍ବନିମ୍ନ 3 ମାସ ପାଠପଢା ହେବ, ତା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ | ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଡିସେମ୍ବର 31 ପରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.