ETV Bharat / city

Weather Update: ୫ ଦିନ ଯାଏଁ ପ୍ରବଳ ଜାଡରେ ଥରିବ ଓଡିଶା

author img

By

Published : Jan 27, 2022, 7:11 AM IST

ଆସନ୍ତା ୫ ଦିନ ଯାଏଁ ପ୍ରବଳ ଜାଡରେ ଥରିବ ଓଡିଶା
ଆସନ୍ତା ୫ ଦିନ ଯାଏଁ ପ୍ରବଳ ଜାଡରେ ଥରିବ ଓଡିଶା

ଆହୁରି ଜାଡରେ ଥରିବ ଓଡିଶା । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟକୁ ଫେରିବ ଶୀତ । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଓଡିଶା ମଧ୍ୟକୁ ଉତ୍ତର ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେବ । ବିଶେଷକରି କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା , ସୋନପୁର ଜିଲ୍ଲାରେ ୨୮ ତାରିଖରେ ଶୀତ ଅନୁଭୂତ ହେବ ।

୫ ଦିନ ଯାଏଁ ପ୍ରବଳ ଜାଡରେ ଥରିବ ଓଡିଶା

ସେହିପରି ଅନୁଗୋଳ, ଦେବଗଡ, ସମ୍ବଲପୁର, ସୋନପୁର, ନୂଆପଡା ଜିଲ୍ଲାରେ ୨୯ ତାରିଖରେ ଆହୁରି ପ୍ରବଳ ଥଣ୍ଡା ହେବ । ରାଜ୍ୟର କେନ୍ଦୁଝର ସମ୍ବଲପୁର ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ । ଭିଜିବିଲିଟି ବା ଦୃଶ୍ୟମାନ ୫୦ ମିଟର ତଳକୁ ଖସିବାର ସମ୍ଭାବନା ରହିଛି । ବର୍ତ୍ତମାନ ଉପକୂଳ ଓଡିଶାର ଅନେକ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ୦.୪ ରୁ ୨.୪ ଡିଗ୍ରୀ ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡିଶାର ପ୍ରାୟ ଅଞ୍ଚଳରେ ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.