ETV Bharat / city

ସଂକ୍ରମଣ ତଳମୁହାଁ ହେଲେ କହିହେବନି ପିକ୍‌ରେ ଅଛୁ: ବିଜୟ ମହାପାତ୍ର

author img

By

Published : Jan 21, 2022, 9:24 PM IST

ଏବେ ସଂକ୍ରମଣ ତଳମୁହାଁ ହେଲେ କହିହେବନି ପିକ୍‌ରେ ଅଛୁ: ବିଜୟ ମହାପାତ୍ର
ଏବେ ସଂକ୍ରମଣ ତଳମୁହାଁ ହେଲେ କହିହେବନି ପିକ୍‌ରେ ଅଛୁ: ବିଜୟ ମହାପାତ୍ର

ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଏବେ ତଳମୁହାଁ ହେଉଛି ସଂକ୍ରମଣ । କିଛି କହିହେବ ନାହିଁ କାରଣ ଏବେ ପିକ୍‌ରେ ଅଛୁ । ସାମାନ୍ୟ ଲକ୍ଷଣ ଥିଲେ ବି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଡରିବାର କିଛିନାହିଁ । ଗୃହ ସଙ୍ଗରୋଧରେ ରହି ସଂକ୍ରମଣ ରୋକା ଯାଇପାରିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଆମେ ଟେଷ୍ଟିଂ କମାଇନୁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି । ଏହାର ଦୁଇଟି କାରଣ । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟରେ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ 4-5 ଦିନ ନଜର ରଖିବାକୁ ପଡ଼ିବ ।

ଏବେ ସଂକ୍ରମଣ ତଳମୁହାଁ ହେଲେ କହିହେବନି ପିକ୍‌ରେ ଅଛୁ: ବିଜୟ ମହାପାତ୍ର

ଏବେଠୁ କହି ହେବନି ପିକରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ, ଯାହାର ବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ । ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା । ଭାରିଆଣ୍ଟ ବଦଳିବା ନେଇ କହିଛନ୍ତି ଯେ, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । ଗବେଷଣା ଜାରି ରହିଛି । କୋଭିଡ କେଉଁଭଳି ବ୍ୟବହାର କରିବ, ମ୍ୟୁଟେସନ ଉପରେ ନିର୍ଭର କରୁଛି । ହୁଏତ ପୁଣି ରୂପ ବଦଳାଇ ପାରେ । ଅଧିକ ବିପଦଜନକ ହୋଇପାରେ ବା ସ୍ବଳ୍ପ ପ୍ରଭାବ ଯୁକ୍ତ ହୋଇପାରେ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.