ETV Bharat / city

କୋରୋନାର ନୂଆ ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, ପ୍ରାମାଣିକ ତଥ୍ୟ କିଛି ଆସି ନାହିଁ

author img

By

Published : Feb 10, 2022, 5:53 PM IST

ଘାତକ ହେବ କି କୋରୋନାର ନୂଆ ଭାରିଆଣ୍ଟ ?
ଘାତକ ହେବ କି କୋରୋନାର ନୂଆ ଭାରିଆଣ୍ଟ ?

କୋଭିଡ଼ର ନୂଆ ଭ୍ୟାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ବିଭିନ୍ନ ଭ୍ୟାରିଆଣ୍ଟ ରହିବ । ଅଧିକ ପଢନ୍ତୁ

ଭୁବନେଶ୍ବର : କୋଭିଡ଼ର ନୂଆ ଭ୍ୟାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ନୂଆ ଭ୍ୟାରିଆଣ୍ଟ ବିଷୟରେ ଏବେଠୁ କହିବା ବହୁତ ଜଲଦି ହୋଇଯିବ । ବର୍ତ୍ତମାନ ସମୟରେ ବିଭିନ୍ନ ଭ୍ୟାରିଆଣ୍ଟ ରହିବ ।

ଭାଇରସ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ। ଅଧିକ ଘାତକ ହେବ କି ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପାଖରେ ତଥ୍ୟ ନାହିଁ। ପ୍ରାମାଣିକ ତଥ୍ୟ କିଛି ଆସି ନାହିଁ।

ଘାତକ ହେବ କି କୋରୋନାର ନୂଆ ଭାରିଆଣ୍ଟ ?

ଏବେଠୁ ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ। ନାଜାଲ ଡ୍ରପ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ସାଇଣ୍ଟିଫିକ ତଥ୍ୟ କହୁଛି ନାଜାଲ ଡ୍ରପ କାମ କରୁଛି। ଗାଇଡ଼ଲାଇନ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ। ଆଗକୁ ଗୋଟିଏ ଭ୍ୟାରିଏଣ୍ଟ ଆସିବ।

ଏହା ଇନଫ୍ଲୁଏଞ୍ଜା (Influenza ) ଭଳି ରହିବ। ଭାଇରସ ମ୍ୟୁଟେସନ କରି ଆଉ ଗୋଟିଏ ଭ୍ୟାରିଏଣ୍ଟ ଆସିବ। କିନ୍ତୁ ଏହା ଲୋ ଲେବେଲରେ ରହିବ। କିନ୍ତୁ ଭୟଭୀତ କେବେ ହେବ ନାହିଁ । ଅଧିକ ସଂକ୍ରମଣ କରିପାରେ। କିନ୍ତୁ ଆମର ଯେଉଁ ଇମ୍ୟୁନିଟି ବଢିଛି ସେ ତାର ମୁକାବିଲା କରିବ । ଭାରତରୁ ଯେଉଁ ଷ୍ଟଡି ହୋଇଛି ହାଇବ୍ରିଡ଼ ଇମ୍ୟୁନିଟି ତୄତୀୟ ଲହରୀରୁ ବଞ୍ଚାଇ ଦେବ ।

ଏହାବି ପଢନ୍ତୁ :Lakhimpur Violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ

ଟୀକାକରଣର ପ୍ରାୟ ହାଇବ୍ରିଡ଼ ଇମ୍ୟୁନିଟି ସମସ୍ତଙ୍କର ହୋଇଛି। ତେଣୁ ନୂଆ ଭ୍ୟାରିଏଣ୍ଟ ଆସି ସର୍ଭାଇବ କରିବା କଷ୍ଟକର ହୋଇଯିବ। ନିକଟ ଭବିଷ୍ୟତରେ ଆସିବାର ନାହିଁ ଯଦି ବର୍ଷ ଶେଷ ଆଡକୁ ଆସିବ ।

ପ୍ୟାଣ୍ଡେମିକ ସ୍ଥିତି ରହିବ ନାହିଁ। କଟକଣା କୋହଳ କରିବା ସହ ଲୋକଙ୍କ ଜୀବନ ଜୀବିକା ଦେଖିବାକୁ ପଡିବ। ସେହି ହିସାବରେ ସରକାରଙ୍କୁ ପ୍ରସ୍ତୁତ ରହିବାକୁ ପଢିବ। ତୄତୀୟ ଡୋଜ ପରେ ଆଉ ଭ୍ୟାକ୍ସିନ ନେବାକୁ ପଡି ନ ପାରେ। କି ଲୋକ ଯେଉଁମାନେ ବିଭିନ୍ନ ରୋଗରେ ପୀଡିତ ସେମାନଙ୍କୁ ଟିକା ନେବାକୁ ପଡିପାରେ । ଓମିକ୍ରମ ଡ଼ର ରହିବନି କମିଯିବ। କିନ୍ତୁ ମାସ୍କକୁ ବାଧ୍ୟତାମୂଳକ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.