ETV Bharat / city

ରାଜ୍ୟରେ ସରିଆସିଲାଣି କୋଭିସିଲ୍ଡ ଟିକା, ଟୀକାକରଣରେ ହୋଇପାରେ ବ୍ୟାଘାତ

author img

By

Published : Jul 18, 2022, 8:06 PM IST

ରାଜ୍ୟରେ ସରିଆସିଲାଣି କୋଭିସିଲଡ ଟିକା, ହୋଇପାରେ ଟୀକାକରଣରେ ବ୍ୟାଘାତ
ରାଜ୍ୟରେ ସରିଆସିଲାଣି କୋଭିସିଲଡ ଟିକା, ହୋଇପାରେ ଟୀକାକରଣରେ ବ୍ୟାଘାତ

ରାଜ୍ୟରେ କୋଭିସିଲଡ ଟିକା ସରିଆସୁଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କେନ୍ଦ୍ର ସରକାର ଠିକ୍ ସମୟରେ ଟିକା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ବିଜୟ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କୋଭିସିଲଡ ଟିକା ସରିଆସୁଥିବାରୁ ଟୀକାକରଣରେ ବ୍ୟାଘାତ ହୋଇପାରେ । ତେବେ ମାଗଣା ଟୀକାକରଣରେ 3 ଦିନ ଭିତରେ ପାଖାପାଖି 3 ଲକ୍ଷ ପ୍ରିକସନ ଡୋଜ୍ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ କହିବା ମୁତାବକ, ‘‘18ରୁ 59 ବର୍ଷ ବୟସ୍କ ଲୋକଙ୍କୁ ଜୁଲାଇ 15 ତାରିଖରୁ ମାଗଣାରେ ପ୍ରିକସନ ଡୋଜ ଦିଆଯାଉଛି । 15 ତାରିଖ ପର୍ଯ୍ୟନ୍ତ 1 ଲକ୍ଷ 52 ହଜାର ପ୍ରିକସନ ଡୋଜ୍ ଦିଆଯାଇଥିଲା । ତେବେ ଏହି 3 ଦିନ ଭିତରେ ପ୍ରାୟ ପାଖାପାଖି 3 ଲକ୍ଷ ପ୍ରିକସନ ଡୋଜ୍ ଦିଆଯାଇଛି । ତେଣୁ, ଏବେ ସୁଦ୍ଧା ମୋଟ 4 ଲକ୍ଷ 52 ହଜାର ପ୍ରିକସନ୍ ଟୀକା ଦିଆଗଲାଣି । ମୁଖ୍ୟତଃ ରାଜ୍ୟରେ କୋଭିସିଲ୍ଡ ଟୀକା ଅଧିକ ବ୍ୟବହାର ହେଉଛି । ଏହାର କାରଣ ରାଜ୍ୟର ତମାମ ଜିଲ୍ଲା ଗୁଡିକରେ କୋଭିସିଲଡ ଟୀକା ଅଧିକ ବ୍ୟବହାର କରାଯାଉଛି । ତେବେ କେବଳ ଭୁବନେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ବର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଟୀକାକରଣ ଆରମ୍ଭରୁ କୋଭିସିଲଡ ଟିକା ହିଁ ଦିଆଯାଉଥିଲା । ତେଣୁ, ସେମାନଙ୍କର ପ୍ରିକସନ ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ସେଥିପାଇଁ କୋଭିସିଲଡ ଟିକା ଅଧିକ ଦରକାର ପଡୁଛି । ତେଣୁ, କୋଭିସିଲଡ ଟିକାର ଷ୍ଟକ ସରିଆସିଲାଣି ।’’

ରାଜ୍ୟରେ ସରିଆସିଲାଣି କୋଭିସିଲଡ ଟିକା, ହୋଇପାରେ ଟୀକାକରଣରେ ବ୍ୟାଘାତ

ଆଜିସୁଦ୍ଧା ମାତ୍ର 2 ଲକ୍ଷ 21 ହଜାର ଟୀକା ଷ୍ଟକରେ ଅଛି । ତେଣୁ, ଆଉ 2 ଦିନ ପର୍ଯ୍ୟନ୍ତ ହିଁ ଟୀକାକରଣ ହୋଇପାରିବ । ତେବେ ପରବର୍ତ୍ତୀ ସମୟରେ ଟିକାର ଅଭାବ ଦେଖାଯିବ । କିନ୍ତୁ, କୋଭାକ୍ସିନ ଟିକା 7 ଲକ୍ଷରୁ ଅଧିକ ଡୋଜ୍ ଅଛି । ଯେଉଁଠି କୋଭାକ୍ସିନ୍ ଦରକାର ହେଉଛି ସେଠାରେ ଟୀକାକରଣ ଜାରି ରହିବ । ତେବେ ଦରକାର ଅନୁସାରେ କୋଭିସିଲଡ ଓ କୋଭାକ୍ସିନ୍ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର ଠିକ୍ ସମୟରେ ଟିକା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେଣୁ, ଟିକା ସରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଟୀକା ମିଳିଯିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.