ETV Bharat / city

ବଢୁଥିବା କୋରୋନା ସଂକ୍ରମଣକୁ ନେଇ ସଜାଗ ଗଣଶିକ୍ଷା ବିଭାଗ

author img

By

Published : Feb 21, 2021, 1:07 PM IST

ଦେଶରେ ପୁଣି ବଢିଲାଣି କୋରୋନା । ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ କୋରୋନା ସକ୍ରିୟ ମାମଲା ବୃଦ୍ଧି ପାଉଛି । ଅଧିକ ପଢନ୍ତୁ...

ବଢୁଥିବା କୋରୋନା ସଂକ୍ରମଣକୁ ନେଇ ସଜାଗ ଗଣଶିକ୍ଷା ବିଭାଗ
ବଢୁଥିବା କୋରୋନା ସଂକ୍ରମଣକୁ ନେଇ ସଜାଗ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ଛତିଶଗଡ ଭଳି କେତେକ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୁଣି ଥରେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକଡାଉନ କରାଯାଇଛି । ଏପରି ସ୍ଥିତିରେ ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ସଜାଗ ରହିଛି ।

ବଢୁଥିବା କୋରୋନା ସଂକ୍ରମଣକୁ ନେଇ ସଜାଗ ଗଣଶିକ୍ଷା ବିଭାଗ

ରାଜ୍ୟର ସମସ୍ତ ସ୍କୁଲରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଏସଓପିକୁ ପାଳନକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା, ମାସ୍କ ପ୍ରତି ଗୁରୁତ୍ବ ବିଭାଗୀୟ ଅଧିକାରୀଙ୍କୁ ନଜର ମଧ୍ୟ କୁହାଯାଇଛି ।

ଅନ୍ୟ ରାଜ୍ୟ ପରି ଓଡିଶାରେ ସେପରି ସ୍ଥିତି ଆସିନାହିଁ । ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରାଯିବ। ରାଜ୍ୟରେ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କୋରୋନାକୁ ଆମେ ସଫଳତାର ସହ ମୁକାବିଲା କରିଛେ। ଅନ୍ୟପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ନେଇ ନିଷ୍ପତ୍ତି ହୋଇନି । ଅନ୍ୟ ରାଜ୍ୟ ଗୁଡିକରେ ସଂକ୍ରମଣ ବଢୁଛି । ଯେଉଁ କ୍ଳାସ ଚାଲିଛି ତାହା ଚାଲିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.