ETV Bharat / city

Cabinet Approval: ଶିକ୍ଷକଙ୍କୁ ନୂଆବର୍ଷ ଉପହାର ଦେଲେ ସରକାର

author img

By

Published : Dec 31, 2021, 5:48 PM IST

Cabinet approve: ଶିକ୍ଷକଙ୍କୁ ନୂଆ ବର୍ଷ ଉପହାର ଦେଲେ ସରକାର
Cabinet approve: ଶିକ୍ଷକଙ୍କୁ ନୂଆ ବର୍ଷ ଉପହାର ଦେଲେ ସରକାର

ରାଜ୍ୟର ଶିକ୍ଷକ ଓ ଅଧ୍ୟାପକଙ୍କ ଲାଗି ଖୁସି ଖବର । ନୂଆବର୍ଷର ପୂର୍ବ ସନ୍ଧ୍ୟାରୁ ଶିକ୍ଷକଙ୍କୁ ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ । ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟର ଶିକ୍ଷକ ଓ ଅଧ୍ୟାପକଙ୍କ ଲାଗି ଖୁସି ଖବର । ନୂଆବର୍ଷର ପୂର୍ବ ସନ୍ଧ୍ୟାରୁ ଶିକ୍ଷକଙ୍କୁ ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ । ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ସପ୍ତମ ବେତନ କମିଶନ ଲାଗୁ ନେଇ ଆଜି ବସିଥିବା ଚଳିତ ବର୍ଷ ଶେଷ କ୍ୟାବିନେଟ ବୈଠକରେ ମୋହର ବାଜିଛି ।

Cabinet approve: ଶିକ୍ଷକଙ୍କୁ ନୂଆ ବର୍ଷ ଉପହାର ଦେଲେ ସରକାର

କ୍ୟାବିନେଟର ନିଷ୍ପତିକ୍ରମେ ଜାନୁଆରୀ 2018 ରୁ ପିଛିଲା ଭାବେ ଲାଗୁ ହେବ ସପ୍ତମ ବେତନ କମିଶନ । ଆସନ୍ତା ଜାନୁଆରୀ ୧ ରୁ ବର୍ଦ୍ଧିତ ଦରମା ପାଇବେ ଶିକ୍ଷକ ଓ ଅଧ୍ୟାପକ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲର ଶିକ୍ଷକ ଏବଂ ଅଣଶିକ୍ଷକ ପାଇବେ ଏହି ସୁବିଧା ପାଇବେ ।

ବେସରକାରୀ କଲେଜ ଅଧ୍ୟାପକ ମାନେ ମଧ୍ୟ ସପ୍ତମ ବେତନ କମିଶନ କମିଶନ ଅଧାରରେ ଦରମା ପାଇବେ । ଏଡେଡ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଏହା ଦ୍ବାରା ଉପକୃତ ହେବେ । ନୂତନ ବର୍ଦ୍ଧିତ ବେତନ ଲାଗୁ ହେଲେ 26 ହଜାର ସ୍କୁଲ ଶିକ୍ଷକ ଓ 16, 664 କଲେଜ ଶିକ୍ଷକ ଉପକୃତ ହେବେ । ଏଥି ସହିତ ମୋଟ 15 ହଜାର 6 ଶହ 64 ଜଣ ଅଧ୍ୟାପକ ଓ କର୍ମଚାରୀ ସୁବିଧା ପାଇବେ । ଏହା ସହିତ ଖୁବଶୀଘ୍ର ଖାଲି ଥିବା ପଦବୀ ପୁରଣ ହେବ କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.