ETV Bharat / city

ଓଡିଶା ବଜେଟ 2021: ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ 9 ହଜାର କୋଟି ବରାଦ

author img

By

Published : Feb 22, 2021, 7:10 PM IST

Updated : Feb 22, 2021, 7:30 PM IST

ଓଡିଶା ବଜେଟ 201: ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ  9 ହଜାର କୋଟି ବରାଦ
ଓଡିଶା ବଜେଟ 201: ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ 9 ହଜାର କୋଟି ବରାଦ

ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା Trauma Care ଯୋଗାଇଦେବା ପାଇଁ 40 କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂଆ ଯୋଜନା Free Treatment For Trauma Fund ପ୍ରଚଳନ ପାଇଁ ପ୍ରସ୍ତାବ ରହିଛି ।

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଆର୍ଥିକ ବର୍ଷ 2021-22 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।

ଏହି ବଜେଟରେ ଦୁର୍ବଳ ସ୍ବାସ୍ଥ୍ୟ ସେବାକୁ ମଜବୁତ ପାଇଁ 13 ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାଜ୍ୟରେ ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କଟକ ଏସସିବିକୁ ‘‘ଏମ୍ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରିତ ପାଇଁ ଘୋଷଣା ହୋଇଛି ।

SCB ପାଇଁ 3 ବର୍ଷରେ 3 ହଜାର 5ଶହ କୋଟି ଟଙ୍କା ବ୍ୟୟ ହେବ । ଏଥିସହ ଏସସିବିକୁ ଏକ 5 ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତନ କରାଯିବ । ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନେର 1353 କୋଟି ଟଙ୍କା ଆବଣ୍ଟନ ହୋଇଛି ।

ଉତ୍କୃଷ୍ଟ ସ୍ଵାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ 9 ହଜାର 1 ଶହ 64 କୋଟି ଟଙ୍କା ବ୍ୟୟ ବରାଦ । 70 ଲକ୍ଷରୁ ଉର୍ଦ୍ଧ୍ବ ଆର୍ଥିକ ଦୃଷ୍ଟରିୁ ଦୁବର୍ଳ ପରିବାର 5 ଲକ୍ଷ ଟଙ୍କାର ବାର୍ଷିକ ସ୍ଵାସ୍ଥ୍ୟବୀମା ଏବଂ ପରବାରର ମହିଳା ସଦସ୍ୟଙ୍କ ପାଇଁ 10 ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନା ପାଇଁ 1 ହଜାର 3 ଶହ 53 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇବାକୁ 1 ହଜାର 5 ଶହ 72 କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ 1 ହଜାର 7 ଶହ 55 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଜନସ୍ବାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ସଫେଇ , ନିରାପତ୍ତା , ଉଦ୍ୟାନ କାର୍ଯ୍ୟ ଓ ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ନିର୍ମଳ ଯୋଜନା ଅଧିନରେ 3 ଶହ 70 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଉନ୍ନତମାନର ଉପକରଣ ଓ ଯନ୍ତ୍ରପାତି ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବାର ମାନ ବୃଦ୍ଧି କରବା ପାଇଁ 1 ଶହ 17 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହୁରି ମଧ୍ୟ ସ୍ଵାସ୍ଥ୍ୟ ଏବଂ ଭେଷଜ ଶକ୍ଷା କ୍ଷେତ୍ରରେ ମାନବ ସମ୍ଵଳର ବିକାଶ ଲାଗି 3 ଶହ 12 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା Trauma Care ଯୋଗାଇଦେବା ପାଇଁ 40 କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂଆ ଯୋଜନା Free Treatment For Trauma Fund” ପ୍ରଚଳନ ପାଇଁ ପ୍ରସ୍ତାବ ରହିଛି ।

ନିରାମୟ ଯୋଜନାରେ ମାଗଣା ଔଷଧ ଯୋଗାଇ ଦେବା ପାଇଁ 6 ଶହ କୋଟି ଟଙ୍କା ନିଦାନ ଯୋଜନା ଅଧିନରେ ଦେୟମୁକ୍ତ ଭାବେ ରୋଗ ନିରୁପଣ ପାଇଁ 2 ଶହ 29 କୋଟି ଟଙ୍କା ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ 1 ଶହ 62 କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି ।

Last Updated :Feb 22, 2021, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.