ETV Bharat / city

2 ହଜାର ବଡ ଗଛ ବଞ୍ଚାଇଲା ଓଡିଶା ବଜେଟ

author img

By

Published : Feb 22, 2021, 6:32 PM IST

2 ହଜାର ବଡ ଗଛ ବଞ୍ଚାଇଲା ଓଡିଶା ବଜେଟ
2 ହଜାର ବଡ ଗଛ ବଞ୍ଚାଇଲା ଓଡିଶା ବଜେଟ

ପେପରଲେସ ବଜେଟରେ ଓଡିଶା ଆଦର୍ଶ । ବଞ୍ଚିଲା 2000 ବଡ ଗଛ । ଅଧିକ ପଢନ୍ତୁ..

ଭୁବନେଶ୍ବର: ଓଡିଶା ବଜେଟ 2021କୁ ବିଧାନସଭାରେ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବ ଥର ଭଳି ଏଥର ମଧ୍ୟ ଡିଜିଟାଲ ମୋଡରେ ପେପରଲେସ୍ ବଜେଟ ଆଗତ ହୋଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଜେଟ ଡକ୍ୟୁମେଣ୍ଟ ଛପାଯାଉନଥିବାରୁ ଚଳିତ ବର୍ଷ 200 ହଜାର ବଡ ଗଛ ସୁରକ୍ଷିତ ରହିପାରିଛି ।

ଇ-ବଜେଟ ଦ୍ବାରା ଏ ବର୍ଷ 1 କୋଟି 50 ଲକ୍ଷ କାଗଜ ଛପା ବନ୍ଦ ହୋଇଛି । ତେବେ ଓଡିଶା ହେଉଛି ଦେଶର ତ୍ବିତୀୟ ରାଜ୍ୟ, ଯାହା ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଇଲେକ୍ଟ୍ରୋନିକ୍ ଫର୍ମରେ ବଜେଟ୍ ଡକ୍ୟୁମେଣ୍ଟ୍ ଗ୍ରହଣ ଏବଂ ବ୍ୟବହାରକୁ ସକ୍ରିୟ ଭାବେ ପ୍ରୋତ୍ସାହନ ଦେଇଛି ।

ଅର୍ଥମନ୍ତ୍ରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଭାଷଣ ପଢିଛନ୍ତି । ଗୃହର ସମସ୍ତ ସମସ୍ୟ ଇ-ବୁକ ଫର୍ମାଟରେ ବଜେଟ ଡକ୍ୟୁମେଣ୍ଟର ସଫ୍ଟ କପି ପାଇଛନ୍ତି । ବଜେଟେ ସାଧାରଣ ଜନତାଙ୍କ ପାଇଁ ଇ-ବିଧାନ ଆପ୍ଲିକେଶନ (NeVA) ଆପରେ ଉପଲବ୍ଧ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସୂଚା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.