ETV Bharat / city

ବଜେଟ: ବିଜୁକୁ ହଁ, ଆୟୁଷ୍ମାନକୁ ନାଁ !

author img

By

Published : Jun 28, 2019, 11:15 PM IST

Updated : Jun 29, 2019, 3:27 PM IST

ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ସେବା ପାଇଁ 6828 କୋଟି ବ୍ୟୟବରାଦ କରିଛନ୍ତି । ଯାହାକି ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ହେଉଥିବା ଚର୍ଚ୍ଚାକୁ କିଛି ଦିନ ବିରାମ ପକାଇବ ।

ଡିଜାଇନ ଫଟୋ

ଭୁବନେଶ୍ବର: ବଜେଟରେ ସ୍ବାସ୍ଥ୍ୟ ବିଭାଗ ଉପରେ ଥିଲା ସମସ୍ତଙ୍କ ନଜର । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରିବେ ନା ଚଳିତ ଆର୍ଥିକ ବର୍ଷରେ ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚଲାଇବେ ତାହା ଦେଖିବାକୁ ଅନାଇ ରହିଥିଲେ ରାଜ୍ୟବାସୀ । ନିର୍ବାଚନ ପରେ କେନ୍ଦ୍ରସରକାର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ପ୍ରଣୟନ କରିବାକୁ ଆଲୋଚନା କରିଥିବାରୁ ରାଜ୍ୟ ସରକାର ଏହାକୁ ଲାଗୁ କରିବେ ବୋଲି କଳ୍ପନା ଲାଗିରହିଥିଲା ।

ତେବେ ସବୁ କଳ୍ପନା ଜଳ୍ପନାର ଆଜି(ଶୁକ୍ରବାର) ଅନ୍ତ ଘଟିଛି । ବିଧାନସଭାରେ ବଜେଟ ଉପସ୍ଥାପନ ସହ ଏଥିରୁ ପରଦା ଉଠିଛି । କାରଣ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ସେବା ପାଇଁ 6828 କୋଟି ବ୍ୟୟବରାଦ କରିଛନ୍ତି । ଯାହାକି ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ହେଉଥିବା ଚର୍ଚ୍ଚାକୁ କିଛି ଦିନ ବିରାମ ପକାଇବ । ଏହା ସହ ବଜେଟରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପାଇଁ 578 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ରାଜ୍ୟରେ 10ଟି ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି । ଏଥିସହ ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ତେବେ ମହିଳାଙ୍କ ସ୍ବାସ୍ଥ୍ୟସେବା ପାଇଁ 10 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Intro:Body:

rrr

Conclusion:
Last Updated : Jun 29, 2019, 3:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.