ETV Bharat / city

Jawad Assistance Politics: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କଥା ମନେ ପଡେ

author img

By

Published : Dec 28, 2021, 10:07 PM IST

Jawad assistance announces
Jawad assistance announces

ବାତ୍ୟା ଜୱାଦ କ୍ଷୟକ୍ଷତି (cyclonic Jawad) ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗତାକାଲି (ସୋମବାର) ୫୦୭ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Govt announces 507 crore assistance package) । ଅଧିକ ପଢନ୍ତୁ

ଭୁବନେଶ୍ବର: ବାତ୍ୟା ଜୱାଦ କ୍ଷୟକ୍ଷତି (cyclonic Jawad) ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗତକାଲି (ସୋମବାର) ୫୦୭ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Govt announces 507 crore assistance package) ।

Jawad assistance announces: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କଥା ମନେ ପଡେ: ପ୍ରଦୀପ ପୁରୋହିତ

ମୁଖ୍ୟମନ୍ତ୍ରୀ ଏହି ଘୋଷଣା ପରେ କଡା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି(BJP) କୃଷକ ମୋର୍ଚ୍ଚା । ଆଜି ଏହାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି କୌଣିସ ନିର୍ବାଚନ ଆସିଲେ ସରକାରଙ୍କ ବହୁତ କଥା ଚେତା ପଶେ । ଯେତେବେଳେ ଏହି କ୍ଷତି ହେଲା ତୁରନ୍ତ ଏହାର ଆକଳନ କରାଯିବା କଥା । ଏହା ନିୟମ ମଧ୍ୟ ରହିଛି । ରାଜ୍ୟ ସରକାରଙ୍କର ରାଜସ୍ବ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯିବା କଥା ହେଲେ କଲେ ନାହିଁ।

ଜୱାଦ କ୍ଷତିଗ୍ରସ୍ତ ଅଞ୍ଚଳ ଯେଉଁଠି ଧାନ ଫସଲ ନଷ୍ଟ ହୋଇଛି ସେ ଜାଗାକୁ କୌଣସି RI କିମ୍ବା ତହସିଲଦାର ଯାଇ ତଦାରଖ କଲେ ନାହିଁ । ତା ବଦଳରେ ରାଜ୍ୟ ସରକାର ଚାଷୀ ମାନଙ୍କୁ କହିଲେ ଯାହାର ଯାହା କ୍ଷତିଗ୍ରସ୍ତ ହୋଇଛି ତାହାର ଫୋଟ ଉଠାଇ ଆବେଦନ କରନ୍ତୁ। ଚାଷୀ ମାନଙ୍କ ପାଇଁ ଏହା ସମ୍ଭବ ନଥିଲା। ଏହାର ଦାୟିତ୍ବ କାହାର ବୋଲି ପ୍ରଶ୍ନ କରିଛନ୍ତି ପୃଥୀରାଜ ହରିଚନ୍ଦନ। ଟଙ୍କା ଲୁଟ ପାଇଁ ଏହା ସରକାରଙ୍କ ଷଡଯନ୍ତ୍ର । ଏବେ ଯେଉଁ ପ୍ୟାକେଜ ଘୋଷଣା କଲେ ଏହା ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଘୋଷଣା କରିଛନ୍ତି।

ମୁଖମନ୍ତ୍ରୀ ନିର୍ବାଚନ ଜିତିବେ ବୋଲି ବିକଳ ହେଉଛନ୍ତି। କଥାରେ ଅଛି ପର ଧନେ ବିକ୍ରମ ରାଜା। ପର ଧନରେ କେମିତି ରାଜା ସାଜିବେ ତାହା ବେଶ ଜଣା ସରକାରଙ୍କୁ । କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ପରିମାଣରେ ପଇସା ଅଛି ଯାହା ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି। ଯେତେବେଳେ ନିର୍ବାଚନ ଆସିଲା ସେ ଫଣ୍ଡରେ ଯାହା ପଇସା ଅଛି ତାକୁ ଲୋକମାନଙ୍କୁ ବାଣ୍ଟିବେ । ଏହି ପଇସାକୁ ନିର୍ବାଚନ ପୂର୍ବରୁ ବାଣ୍ଟିଲେ ଭୋଟକୁ ପ୍ରଭାବିତ କରିବ। ସେଥିପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ଆକଳନ କରିଛନ୍ତି ୫୦୭ କୋଟି ଟଙ୍କା ତାକୁ ବାଣ୍ଟିବେ। ରାଷ୍ଟ୍ରୀୟ କୃଷି ଯୋଜନାରେ ବିହନ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ତାକୁ ବାଣ୍ଟିବେ। ଏହା ନିର୍ବାଚନ ପାଇଁ ବୋଲି କହିଛନ୍ତି ପ୍ରଦୀପ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.