ETV Bharat / city

ରାଜ୍ୟରେ ବାର୍ଷିକ 20ଲକ୍ଷ ମେଟ୍ରିକ ଟନ କଦଳୀ ଆବଶ୍ୟକ: ମନ୍ତ୍ରୀ

author img

By

Published : Feb 26, 2020, 12:33 PM IST

odisha assembly
odisha assembly

ରାଜ୍ୟରେ 20 ଲକ୍ଷ ମେଟ୍ରିକ ଟନ କଦଳୀ ଆବଶ୍ୟକତା ରହିଛି । ଚାହିଦା ମୁତାବକ ଉତ୍ପାଦନ ହୋଇନାହିଁ । କିନ୍ତୁ ସ୍ଥିତି ସୁଧୁରିଛି । ବିଧାନସଭାରେ ଏହି ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୁବନେଶ୍ବର: ରାଜ୍ୟରେ କଦଳୀ ବର୍ଷକୁ 20ଲକ୍ଷ ମେଟ୍ରିକ ଟନ ଆବଶ୍ୟକତା ହେଉଛି । ରାଜ୍ୟ ଉତ୍ପାଦନ କରୁଛି ମାତ୍ର 5ଲକ୍ଷ ମେଟ୍ରିକ ଟନ । ଅବଶିଷ୍ଟ କଦଳୀ ଆମଦାନୀ କରାଯାଉଛି ।

ରାଜ୍ୟରେ ବାର୍ଷିକ 20ଲକ୍ଷ ମେଟ୍ରିକ ଟନ କଦଳୀ ଆବଶ୍ୟକତା: ମନ୍ତ୍ରୀ

ବର୍ତ୍ତମାନ ରାଜ୍ୟର 22 ହଜାର ହେକ୍ଟର ଚାଷ ଜମିରେ କଦଳୀ ଚାଷ ହେଉଛି । କଦଳୀ ଚାଷ କଲେ ହେକ୍ଟର ପିଛା 40,985 ଟଙ୍କା ଓ ରୋଗ ପ୍ରତିଷେଧକ ପାଇଁ ଅତିରିକ୍ତ 12 ଶହ ଟଙ୍କା ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସରକାର ଅନୁଗୋଳ, ଦେବଗଡ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡିରେ କଦଳୀ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏତତ ବ୍ୟତୀତ ହେକ୍ଟର ପିଛା 1 ଲକ୍ଷ ଟଙ୍କାର ଇନପୁଟ ସବସିଡି ମଧ୍ୟ ଦିଆଯାଉଛି।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ସୁର ରାଉତ, ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.