ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅଭିଭାବକ ମହାସଂଘର ଆମରଣ ଅନଶନ

author img

By

Published : Sep 12, 2022, 6:07 PM IST

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅଭିଭାବକ ସଂଘର ଆମରଣ ଅନଶନ
ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅଭିଭାବକ ସଂଘର ଆମରଣ ଅନଶନ

ସୋମବାର ସକାଳୁ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଆମରଣ ଅନଶନ କରିଛି ଅଭିଭାବକ ମହାସଂଘ । ୭ ଦଫା ଦାବି ନେଇ ଏହି ଅନଶନ କରିଛି ସଂଘ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ(Odisha Abhibhabak mahasangha) ପକ୍ଷରୁ ଆମରଣ ଅନଶନ । ପ୍ରାୟ ୭ ଦଫା ଦାବି ନେଇ ଏହି ଅନଶନ କରିଛି ଅଭିଭାବକ ମହାସଂଘ । ଦାବିକୁ ନେଇ ସକାଳୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ଦାବି ପୂରଣ ନହେଲେ ଅନଶନରୁ ଉଠିବେ ନାହିଁ ବୋଲି ଅଭିଭାବକ ସଂଘ ଚେତାବନୀ ଦେଇଛି ।

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅଭିଭାବକ ସଂଘର ଆମରଣ ଅନଶନ

ଅଭିଭାବକ ମାନେ ଦାବି କରିଛନ୍ତି ଯେ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ୍‌ ନିର୍ଦ୍ଧାରଣ କରାଯାଉ । କୋରୋନା ପାଇଁ ସ୍କୁଲ ଫିସ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାୟୀ ରିପୋର୍ଟ ଦାଖଲ, ଆଇନତଃ ସ୍କୁଲ ବ୍ୟାଗ ଓଜନ ୧.୫ କେଜିରୁ ୫ କେଜି ପଯ୍ୟନ୍ତ ଥିବା ନିୟମ ସବୁ ସ୍କୁଲମାନଙ୍କୁ ଓ NCERT ବହିରେ ପାଠ ପଢାନ୍ତୁ, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୨୫% ମାଗଣା ସିଟରେ ପୁଣିଥରେ ପୋର୍ଟାଲ ଖୋଲି ଆଡ଼ମିଶନ କରାଯାଉ ।

ଏହା ବି ପଢନ୍ତୁ- ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ନିଯୁକ୍ତି ! ଦଶହରା ପୂର୍ବରୁ ଖୁସି ଖବର, ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

ସେହପରି ବିନା ସ୍ବୀକୃତିରେ ଚାଲୁଥିବା ବେଆଇନ ସ୍କୁଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସର୍ବସାଧାରଣଙ୍କ ପଇସା ନେଇ ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ପ୍ରାଇଭେଟ ସ୍କୁଲ ମାନଙ୍କୁ ଏକ ସ୍ବତନ୍ତ୍ର ଅଡିଟ କରାଯାଉ, ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀରେ କ୍ଲାସ ପ୍ରମୋସନ ଆଧାରରେ ସେହି ସ୍କୁଲ ପିଲାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁଯାୟୀ ଆଡ଼ମିଶନ କରାଯାଉ ବୋଲି ସଂଘ ଦାବି କରିଛି ।

ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ବିଭିନ୍ନ ସମୟରେ ରାଜ୍ୟ ସରକାର ଜିଲ୍ଲାର ଡ଼ିଇଓ(DEO) ଏବଂ ବିଇଓ ସମେତ କିଛି ସ୍କୁଲକୁ ମଧ୍ୟ ନୋଟିସ କରିଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ସେଗୁଡିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ବିଭିନ୍ନ ଦାବିକୁ ନେଇ ଏଭଳି ଅନଶନ ଭଳି ନିଷ୍ପତ୍ତି ନିଆଯାଇଛି ।"

ସେ ଆହୁରି କହିଛନ୍ତି, "ଯଦି ରାଜ୍ୟ ସରକାର ଏହି ୭ ଦଫା ଦାବି ମାନିନେବେ ତେବେ ରାଜ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିବ । ଯଦି ସରକାର ଦାବି ଗୁଡିକ ପୂରଣ ନ କରିବେ ଏପରି ଅନଶନ ଜାରି ରହିବ । ସରକାର ଦାବି ପୂରଣ କରନ୍ତୁ ନ ହେଲେ ଆମକୁ ଜେଲକୁ ନିଅନ୍ତୁ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.