ETV Bharat / city

ସରିଲା ନାମାଙ୍କନ: ବିଜୟ ଆକଳନ କଲେଣି ଦଳ

author img

By

Published : Jan 21, 2022, 10:53 PM IST

ସରିଲା ନାମାଙ୍କନ; ବିଜୟ ଆକଳନ କଲେଣି ଦଳ
ସରିଲା ନାମାଙ୍କନ; ବିଜୟ ଆକଳନ କଲେଣି ଦଳ

ଆଜି ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା । ନିର୍ବାଚନ ପୂର୍ବରୁ ବିଜୟ ନେଇ ଆକଳନ କଲେଣି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର : ଆଜି ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା । ନିର୍ବାଚନ ପୂର୍ବରୁ ବିଜୟ ନେଇ ଆକଳନ କଲେଣି ବିଭିନ୍ନ ରାଜନୈତିକ ଦଳ । ଦଳ ବହୁମତ ପାଇବ ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ କହିଛି ଯେ, ଆମେ ନମ୍ବର 1 ହେବୁ ।

ସରିଲା ନାମାଙ୍କନ; ବିଜୟ ଆକଳନ କଲେଣି ଦଳ

ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ଯେ, ବିଜୁ ଜନତା ଦଳ ଗ୍ରାଉଣ୍ଡରେ ଅଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖକୁ ନେବାକୁ ତୃଣ ମୂଳ ସ୍ତରରେ ବିଜେଡି ରହିଛି । ରାଜ୍ୟରେ ଅନ୍ୟ କୌଣସି ଦଳ ଏ ସ୍ଥିତିରେ ନାହାନ୍ତି ।

ବିଜୁ ଜନତା ଦଳ ଓ ଦଳର ପ୍ରାର୍ଥୀଙ୍କୁ ମ୍ୟାଚ କରିବା ଲାଗି ଅନ୍ୟ ଦଳରେ ନେତା ନାହାନ୍ତି । ସ୍ୱାଭାବିକ ଭାବେ ଲୋକ ମତ ମୁଖ୍ୟମନ୍ତ୍ରୀ, ଦଳୀୟ ନେତା ଓ ପ୍ରାର୍ଥୀଙ୍କ ପ୍ରତି ରହିଛି । ରାଜ୍ୟବାସୀଙ୍କ ସମର୍ଥନ ଓ ସହଯୋଗରେ ବିଜେଡି ଉଭା ହୋଇ ଆସୁଛି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଲୋକଙ୍କ ମନରେ ଉତ୍ସାହ, ଆଗ୍ରହ ଓ ଉଦ୍ଦୀପନା ରହିଛି । ନିର୍ବାଚନ ଆୟୋଗ ଓ ସରକାର ନୀତିନିୟମ କଡାକଡ଼ି କରନ୍ତୁ । ଗାନ୍ଧୀଙ୍କ ଆଦର୍ଶ ବଞ୍ଚାଇବା ଲାଗି କଂଗ୍ରେସ ଲୋକଙ୍କ ପାଖକୁ ଯାଉଛି ।

ଅତୀତରେ କଂଗ୍ରେସ ରାଜ୍ୟରେ ଅନେକ କାର୍ଯ୍ୟ କରିଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଦାରିଦ୍ର୍ୟତା ହୁ ହୁ ହୋଇ ବଢିଗଲାଣି । ବେକାର ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ବର୍ତ୍ତମାନ କଂଗ୍ରେସ ନମ୍ବର 2 ରେ ଅଛି । ଆଗକୁ 1 ନମ୍ବର ହେବ କଂଗ୍ରେସ । ଆମେ ହାତ ଯୋଡି ଭୋଟ ଭିକ୍ଷା କରୁଛୁ । ମଦ, ମାଂସ ଓ ଟଙ୍କା ବାଣ୍ଟୁନାହୁଁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.