ETV Bharat / city

ମକର ସଂକ୍ରାନ୍ତିରେ ଖାଁ ଖାଁ ମନ୍ଦିରମାଳିନୀର ଦେବାଳୟ

author img

By

Published : Jan 14, 2022, 2:48 PM IST

ମକର ସଂକ୍ରାନ୍ତି  ଖାଁ  ଖାଁ ମନ୍ଦିର
ମକର ସଂକ୍ରାନ୍ତି ଖାଁ ଖାଁ ମନ୍ଦିର

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଲାଗିଥାଏ ଅସମ୍ଭାଳ ଭିଡ । ହେଲେ ଚଳିତ ବର୍ଷ କୋରୋନା ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଛିଡା ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଲାଗିଥାଏ ଅସମ୍ଭାଳ ଭିଡ । ହେଲେ ଚଳିତ ବର୍ଷ କୋରୋନା ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଛିଡା ହୋଇଛି । ଆଜି ଭଳି ପବିତ୍ର ଦିନରେ ଖାଁ ଖାଁ ହୋଇଛି ମନ୍ଦିର । ରାଜଧାନୀର ସମସ୍ତ ମନ୍ଦିରରେ ଦେଖିବାକୁ ମିଳିଛି ଏପରି ସ୍ଥିତି ।

ମକର ସଂକ୍ରାନ୍ତିରେ ଖାଁ ଖାଁ ମନ୍ଦିର

କୋରୋନାର ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ଜାରି କରିଛି ନୂଆ ମାର୍ଗଦର୍ଶିକା । କଟକଣା ଅନୁଯାୟୀ ଭକ୍ତଙ୍କ ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖାଯାଇଛି। ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା । ଏହା ସହିତ ଜଳାଶୟ ଓ ଘାଟ ପୋଖରୀରେ ବୁଡ଼ ପକାଇବା ଉପରେ ରୋକ ଲଗାଇଛି ବିଏମସି । ଏହାକୁ ନେଇ ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କୁ ଦର୍ଶନ କରି ଫେରିବାକୁ ପଡୁଛି । ଫଳରେ ଖାଁ ଖାଁ ମନ୍ଦିର ପରିସର।

ଆଜି ପବିତ୍ର  ମକର ସଂକ୍ରାନ୍ତି
ଆଜି ପବିତ୍ର ମକର ସଂକ୍ରାନ୍ତି

ରାଜ୍ୟରେ ପୁଣି କମବ୍ୟାକ କରିଛି କୋରୋନା । କୋଭିଡର କୋପରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଲାଣି । ସେପଟେ ଓମିକ୍ରନ ମଧ୍ୟ ବ୍ୟାପିବାରେ ଲାଗିଛି । ବାଧ୍ୟ ହୋଇ ମକର ସଂକ୍ରାନ୍ତି ନେଇ କୋଭିଡ କଟକଣା ଜାରି କରାଯାଇଛି । ଏହାରି ଭିତରେ କେବଳ ନୀତିକାନ୍ତି ଜାରି ରହିଛି । କଟକଣା ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.