ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ଆଇନ ମନ୍ତ୍ରୀ

author img

By

Published : Dec 7, 2021, 7:42 PM IST

Odisha assembly
Odisha assembly ()

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର(Puri Srimandir Bhitara Ratna Bhandara) ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭା (Odisha assembly) ରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଶ୍ରୀମନ୍ଦିରର ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର (inner treasure chamber)କୁ ନେଇ ଗଠିତ ଶ୍ରୀ ଜଗନ୍ନାଥ ମନ୍ଦିର ନିୟମ (Shri Jagannath Temple Act) ୧୯୬୦ ର ନିୟମ ୬(୧) ଅନୁଯାୟୀ କେବଳ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଦେଶ, ଧାର୍ଯ୍ୟ ସର୍ଭେ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇପାରିବ ।

ସେହିଭଳି ଭିତର ରତ୍ନଭଣ୍ଡାରର (inner treasure chamber) ସଂରକ୍ଷଣ ଓ ମରାମତିର ଆବଶ୍ୟକତା ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (Archaeological Survey of India) ର ବିଶେଷଜ୍ଞ ଦଳ ଗତ ୪ ଅପ୍ରେଲ ୨୦୧୮ ରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ ।

ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନଥିବା ବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତର ପଟ ପରୀକ୍ଷା ନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ । ତେବେ ଭିତର ଭଣ୍ଡାର ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ସରକାର ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.