ETV Bharat / city

ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ନୋଟିସ କଲା NHRC

author img

By

Published : Mar 30, 2021, 9:58 PM IST

ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ନୋଟିସ କଲା NHRC
ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ନୋଟିସ କଲା NHRC

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପୋର୍ଟକୁ ନେଇ ଏନଏଚଆରସିଙ୍କ ଅସନ୍ତୋଷ ପ୍ରକାଶ । ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପୋର୍ଟକୁ ନେଇ ଜାତୀୟ ମାନବାଧିକାର ଏନଏଚଆରସି ଅସନ୍ତୋଷ ପ୍ରକାଶ କରିଛି । ପୁଣିଥରେ 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନୋଟିସ କରିଛି ଏନଏଚଆରସି ।

ନୟାଗଡ଼ ନାବଳିକାର ଆଖି ଓ କିଡନୀ ନଥିଲା । ଯାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । କିଏ ନେଇଛି ଅଙ୍ଗ ଏବଂ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ନାବାଳିକାର ବାପାମାଆ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିବା ପରେ ପୋଲିସ ବୁଝାସୁଝା କରି ଘରକୁ ପଠାଇଥିଲା । ପରବର୍ତ୍ତି ସମୟରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ସାନି ନିର୍ଦ୍ଦେଶ ଦେଇଛନ୍ତି NHRC ।

ନିଖୋଜ ଶିଶୁଙ୍କ ଥଇଥାନ ପାଇଁ ଏସଓପି ଜାରି କରିବ NHRC । ନିଖୋଜ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଯଥେଷ୍ଟ ସେଲଟର ହୋମ ତିଆରି କରିବେ । ନିଖୋଜର ମାସେ ମଧ୍ୟରେ ଶିଶୁଙ୍କ ନିଖୋଜ ଏତଲା ଗୁଡିକର ମାମଲା ରୁଜୁ ହେବ ବୋଲି ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.