ETV Bharat / city

ଚଳିତ ବର୍ଷ ଫିକା ପଡିଛି ନୂଆବର୍ଷ ସେଲିବ୍ରେସନ: ବେପାର ଉପରେ କଟକଣା ମାଡ

author img

By

Published : Jan 1, 2022, 7:02 PM IST

ଚଳିତ ବର୍ଷ ଫିକା ପଡିଛି ନୂଆବର୍ଷ ସେଲିବ୍ରେସନ: ବେପାର ଉପରେ କଟକଣା ମାଡ
ଚଳିତ ବର୍ଷ ଫିକା ପଡିଛି ନୂଆବର୍ଷ ସେଲିବ୍ରେସନ: ବେପାର ଉପରେ କଟକଣା ମାଡ

କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ନୂଆବର୍ଷ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ୩୧, ୧ ଓ ୨ ତାରିଖରେ ସମସ୍ତ ପ୍ରକାର ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ନୂଆବର୍ଷ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ୩୧, ୧ ଓ ୨ ତାରିଖରେ ସମସ୍ତ ପ୍ରକାର ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଆଉ ଏହି ସମୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ, ପର୍ଯ୍ୟଟନସ୍ଥଳୀ ବି ବନ୍ଦ ରହିବା ସହିତ ଭୋଜିଭାତ ଉପରେ ବି ରୋକ ଲାଗିଛି । ଏହାକୁ ନେଇ ଚଳିତ ବର୍ଷ ଫିକା ପଡିଛି ନୂଆବର୍ଷ ସେଲିବ୍ରେସନ । ଏଥିପାଇଁ ଲୋକଙ୍କ ମନରେ ଟିକେ ଅବଶୋଷ ରହିଛି ସତ କିନ୍ତୁ ସ୍ୱାସ୍ଥ୍ୟକୁ ନଜରରେ ରଖି କଟକଣା ମାନି ଘରେ ପାଳନ କରିବାର ଯୋଜନା କରିଛନ୍ତି ରାଜଧାନୀବାସୀ । ପରିବାର ପରିଜନଙ୍କ ସହ କେକ୍ କାଟି ଖୁସି ମନାଇ ଇଂରାଜୀ ନବବର୍ଷକୁ ସ୍ୱାଗତ କରିଥାନ୍ତି । ହେଲେ ଚଳିତ ବର୍ଷ ମନ୍ଦିର ବନ୍ଦ ଥିବାରୁ ନିରାଶ ହୋଇ ବାହାରେ ହେଉ ପଛେ ଦର୍ଶନ କରି ଖୁସି ହୋଇଛନ୍ତି ।

ଚଳିତ ବର୍ଷ ଫିକା ପଡିଛି ନୂଆବର୍ଷ ସେଲିବ୍ରେସନ: ବେପାର ଉପରେ କଟକଣା ମାଡ

ଅନ୍ୟପଟେ ସବୁକିଛି ବନ୍ଦ ଥିବାବେଳେ କଟକଣା ଭିତରେ ବଜାର, ମଲ ଖୋଲା ଥିବାରୁ କିଣାକିଣିରେ ବ୍ୟସ୍ତ ରାଜଧାନୀବାସୀ । ଅନ୍ଯପଟେ ନୂଆବର୍ଷରେ ଫୁଲ ବେପାର ସବୁଠାରୁ ଅଧିକ ଜମେ । ଏଥିପାଇଁ ବେପାରୀମାନେ କୋଲ୍‌କାତା, ବେଙ୍ଗାଲୁରୁ ଓ ରାୟପୁରରୁ ଫୁଲ ମଗାଇ ବେପାର କରିବା ଆରମ୍ଭ କରିଦେଇଛନ୍ତି । ଲିଲି, କାନେଶାନ୍‌, ଆର୍‌ଚିଡ଼, ବିଓପି, ଆନ୍‌ଥୋରିୟମ୍‌, ଜାର୍‌ଭେରା, ଗାଡ୍ଡି, ଷ୍ଟାର୍‌, ସେବତୀ, କିସାନ୍ତିବାର୍‌, ଡାଜ୍‌ ରୋଜ୍‌ଠାରୁ ଆରମ୍ଭ କରି ଲାଲ୍‌, ନାରଙ୍ଗୀ, ହଳଦିଆ, ଗୋଲାପି, ଧଳା ଆଦି ବିଭିନ୍ନ ପ୍ରକାରର ଗୋଲାପ ଫୁଲ ବାହାରୁ ଆମଦାନୀ କରାଯାଉଛି ।

ଏହାସହ ଏରିକା, ସୋନାବିଣ୍ଡା ଓ ପାରାକମ୍‌ ଆଦି ପତ୍ର ଦେଇ ତିଆରି କରାଯାଉଛି ବୁକେ । ଅନ୍ୟ ଦିନ ଅପେକ୍ଷା ନୂଆବର୍ଷକୁ ଫୁଲ ବେପାର ବେଶ୍‌ ଜମେ ବୋଲି କହିଛନ୍ତି ବ୍ୟବସାୟୀ । କିନ୍ତୁ, ଚଳିତବର୍ଷ କଟକଣା ପାଇଁ ବେପାର ଆଶାନୁରୂପ ହେଉନାହିଁ । ଏଥର ନବବର୍ଷରେ କଲିକତାରେ ଗୋଲାପ ଚାହିଦାରେ ରହିଛି । ତେଣୁ ଫୁଲ ତୋଡ଼ାର ଦାମ ସର୍ବନିମ୍ନ ୫୦ରୁ ୧୦୦ ଟଙ୍କା ରହିଛି । ଏଥିସହ ନିଜ ନିଜ ପ୍ରିୟଜନଙ୍କୁ ଫୁଲ ଦେଇ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି ରାଜଧାନୀବାସୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.