ETV Bharat / city

ନୂଆ କୃଷିନୀତି ଆଣିବେ ରାଜ୍ୟ ସରକାର

author img

By

Published : Jul 31, 2019, 3:26 PM IST

ଫାଇଲ ଫଟୋ

ନୂଆ କୃଷିନୀତି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଫସଲ ବିକ୍ରି ପାଇଁ ବଜାର ବ୍ୟବସ୍ଥା ଓ ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାରିବ, ତାହାକୁ ଦୃଷ୍ଟିରେ ରଖି କୃଷିନୀତି ପ୍ରସ୍ତୁତ କରିବେ ଓଡିଶା ସରକାର ।

ଭୁବନେଶ୍ବର: ନୂଆ କୃଷିନୀତି ଆଣିବେ ରାଜ୍ୟ ସରକାର । 2008ରେ ତତ୍କାଳୀନ ସରକାର ଏନେଇ ଏକ ନୀତି ପ୍ରସ୍ତୁତ କରିଥିଲେ । 2013ରେ ଏଥିରେ କିଛି ପରିବର୍ତ୍ତନ ଅଣାଯାଇଥିଲା । ଏବେ ଧାନ ଛଡା ମୂଲ୍ୟଯୁକ୍ତ ଫସଲ, ବ୍ରିକ୍ରି ପାଇଁ ବଜାର ବ୍ୟବସ୍ଥା ଓ ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାରିବ, ତାହାକୁ ଦୃଷ୍ଟିରେ ରଖି କୃଷିନୀତି ପ୍ରସ୍ତୁତ କରାଯିବ ।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ଚାଷୀଙ୍କ ସମସ୍ୟା ଓ କୃଷି ଜାତୀୟ ଦ୍ରବ୍ୟର ଉତ୍ପାଦନ ବୃଦ୍ଧିକୁ ନେଇ ହୋଇଥିବା ଆଲୋଚନାରେ ଏହା କହିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । କଳାହାଣ୍ଡିରେ କୃଷିଭିତ୍ତିକ ଶିଳ୍ପ ପ୍ରସଙ୍ଗରେ ଧର୍ମଗଡ ବିଧାୟକ ମହୋଷଧି ବାଗଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ ଯେ, କଳାହାଣ୍ଡିରେ 8ଟି ରୋଜଗାର ଭିତ୍ତିକ କୃଷିଶିଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ, ଆପିକଲ ପକ୍ଷରୁ 1କୋଟି 32 ଲକ୍ଷ ଟଙ୍କାର ରିହାତି ଦିଆଯାଇଛି ।

କଳାହାଣ୍ଡି ଆଉ ଭୋକର ଭୂଗୋଳ ହୋଇ ରହିନାହିଁ, ଏବେ ଏହା ବିକାଶର ଭୂଖଣ୍ଡରେ ପରିଣତ ହୋଇଛି । ଅନଗ୍ରସର ଅଞ୍ଚଳରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ମତ୍ସ୍ୟଚାଷ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମାଛଚାଷ, କୃଷିସେବା କେନ୍ଦ୍ର ଓ କୁକୁଡ଼ା ଚାଷକୁ ଗୁରୁତ୍ବ ଦିଆଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।


ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.