ETV Bharat / city

ବିବାଦର ସମାଧାନ ଲାଗି ଆଲୋଚନା ପ୍ରକୃଷ୍ଟ ମାଧ୍ୟମ: ମନ୍ତ୍ରୀ

author img

By

Published : Nov 10, 2021, 6:09 PM IST

Minister Ashok ch Panda
Minister Ashok ch Panda

ଓଡିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକ ସଫଳ ହୋଇଥିବା କୁହାଯାଉଥିବାବେଳେ ବିବାଦ ସମାଧାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକ ସଫଳ ହୋଇଥିବା କୁହାଯାଉଥିବାବେଳେ ବିବାଦ ସମାଧାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଆଲୋଚନା ହିଁ ବିବାଦର ସମାଧାନ ଲାଗି ପ୍ରକୃଷ୍ଟ ମାଧ୍ୟମ: ମନ୍ତ୍ରୀ

ଅଶୋକ କହିଛନ୍ତି ଅନ୍ତଃରାଜ୍ୟ ସୀମା ବିବାଦ ନେଇ ଆଲୋଚନା ହୋଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଲୋଚନା ହିଁ ପ୍ରକୃଷ୍ଟ ମାଧ୍ୟମ । ଅତୀତରେ ଆଲୋଚନା ମାଧ୍ୟମରେ ଅନେକ ସମସ୍ୟା ସମାଧାନ ହୋଇଛି । ଆଶା କରାଯାଉଛି ଆଗକୁ ଏ ସମସ୍ୟାର ବି ସମାଧାନ ହେବ ।

ମନ୍ତ୍ରୀ ଅଶୋକ ଆହୁରି କହିଛନ୍ତି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ସଫଳ ହେବ ବୋଲି ଆଶା ବୋଲି ଆଶା କରୁଛୁ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.