ETV Bharat / city

କେନ୍ଦ୍ରମନ୍ତ୍ରୀ ଟୁ଼ଡୁଙ୍କ ମାଡତତ୍ବ , ପରୋକ୍ଷରେ ସମାଲୋଚନା କଲେ ସୁରେଶ ପୂଜାରୀ

author img

By

Published : Oct 12, 2021, 6:16 AM IST

‘ଲଢେଇ କୁରୁକ୍ଷେତ୍ର ଓ ବିକାଶର ରାସ୍ତା ଭିନ୍ନ’
‘ଲଢେଇ କୁରୁକ୍ଷେତ୍ର ଓ ବିକାଶର ରାସ୍ତା ଭିନ୍ନ’

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସରକାରୀ ଅଧିକାରୀଙ୍କୁ ମାଡ଼ତତ୍ଵ ପ୍ରସଙ୍ଗରେ ଦଳୀୟ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ପରୋକ୍ଷ ଭାବେ ମନ୍ତ୍ରୀଙ୍କ ବୟାନକୁ କଲେ ସମାଲୋଚନା। ଅଧିକ ପଢନ୍ତୁ...

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସରକାରୀ ଅଧିକାରୀଙ୍କୁ ମାଡ଼ତତ୍ଵ ମନ୍ତବ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁରେଶ ପୂଜାରୀ । ସିଧାସଳଖ ନହେଲେ ବି ବୁଲେଇ ବଙ୍କେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୁରେଶ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ସୁରେଶ କହିଛନ୍ତି, ଲଢେଇ କରିବାର କୁରୁକ୍ଷେତ୍ର ଭିନ୍ନ । ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ କରିବାର ରାସ୍ତା ଭିନ୍ନ।

‘ଲଢେଇ କୁରୁକ୍ଷେତ୍ର ଓ ବିକାଶର ରାସ୍ତା ଭିନ୍ନ’

ଗତକାଲି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡ଼ତତ୍ଵ କଥା ଉଠାଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କର ଏପରି ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ଏମିତି ବ୍ୟବହାରକୁ ନେଇ ଦୁଇ ପ୍ରକାର ମତ ପ୍ରକାଶ ପାଉଛି । ସେପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦଳୀୟ ନେତା ସୁରେଶ ପୂଜାରୀ । ସିଧାସଳଖ ନହେଲେ ବି ପରୋକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ପରାମର୍ଶ ଦେଇଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

ସୁରେଶ କହିଛନ୍ତି, ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାର ବ୍ୟବସ୍ଥା ଓ ଗଣମାଧ୍ୟମ ସହ ସମନ୍ବୟ ରହିଲେ ଗଣତନ୍ତ୍ର ରୁଦ୍ଧିମନ୍ତ ହେବା ସହ ବିକାଶ ଧାରା ତ୍ବାରାନ୍ବିତ ହୋଇପାରିବ । ଲଢେଇ କରିବାର କୁରୁକ୍ଷେତ୍ର ଭିନ୍ନ । ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ କରିବାର ରାସ୍ତା ଭିନ୍ନ ବୋଲି କହି ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ସମାଲୋଚନା କରିଛନ୍ତି ସୁରେଶ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.