ETV Bharat / city

ଆନ୍ଧ୍ରକୁ କୋଟିଆରେ ପ୍ରବେଶ କରାଇ ଦେବୁ ନାହିଁ: ସାଂସଦ ମୁନ୍ନା ଖାଁ

author img

By

Published : Apr 4, 2022, 6:06 PM IST

ସାଂସଦ ମୁନ୍ନା ଖାଁ
ସାଂସଦ ମୁନ୍ନା ଖାଁ

କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍ ଖେଳିଛନ୍ତି ଆନ୍ଧ୍ର ସରକାର । କୋଟିଆର 28 ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ଦର୍ଶାଇ ନିଜ ମ୍ୟାପରେ ସ୍ଥାନ ଦେଇଛି ଆନ୍ଧ୍ର । ଏହାକୁ ନେଇ ବିବାଦ ଜୋର ଧରିଛି । ବିଜେଡି କିହିଛି, କୋଟିଆକୁ ଆନ୍ଧ୍ର କେବେ ବି ହାତେଇ ପରିବ ନାହିଁ । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍ ଖେଳିଛନ୍ତି ଆନ୍ଧ୍ର ସରକାର । କୋଟିଆର 28 ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ଦର୍ଶାଇ ନିଜ ମ୍ୟାପରେ ସ୍ଥାନ ଦେଇଛି ଆନ୍ଧ୍ର । ଏହାକୁ ନେଇ ବିବାଦ ଜୋର ଧରିଛି । ବିଜେଡି କିହିଛି ଯେ, କୋଟିଆକୁ ଆନ୍ଧ୍ର କେବେ ବି ହାତେଇ ପରିବ ନାହିଁ । ଆମେ ଏହା ହେବାକୁ ଦେବୁନାହିଁ ।

ଆନ୍ଧ୍ରକୁ କୋଟିଆରେ ପ୍ରବେଶ କରାଇ ଦେବୁ ନାହିଁ : ସାଂସଦ ମୁନ୍ନା ଖାଁ

ଆନ୍ଧ୍ର ମାନଚିତ୍ରରେ ଯୋଡି ହୋଇଛି ନୂଆ 13 ଟି ଜିଲ୍ଲା । ଏହାରି ଭିତରେ ସାମ୍ନାକୁ ଆସିଛି ଆନ୍ଧ୍ରର ଚାଲ । କୋଟିଆର 28ଟି ଗାଁକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଛି ଆନ୍ଧ୍ର । ନୂଆ 13 ଟି ଜିଲ୍ଲାକୁ ମିଶାଇ ଆନ୍ଧ୍ରରେ ମୋଟ 26 ଜିଲ୍ଲା ହୋଇଛି । ଏଥିରେ ନୂତନ ଜିଲ୍ଲା ଭାବେ ମାନ୍ୟମକୁ ସ୍ଥାନ ଦିଆଯାଇଛି । ଆଉ ଏହି ମାନ୍ୟମ ଜିଲ୍ଲାରେ ସାମିଲ ହୋଇଛି କୋଟିଆର 28 ଗାଁ ଓ 12 ଟି ପଡା । ଯାହା ଏକ ଆଦିବାସୀ ଜିଲ୍ଲା ଭାବେ ମାନ୍ୟତା ପାଇଛି ।

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, କୋଟିଆ ଓଡିଶାର ଅବିଛେଦ୍ୟ ଅଙ୍ଗ । କୋଟିଆକୁ ନେଇ ସର୍ବଦଳୀୟ ବୈଠକ ଅନେକ ଥର ବସିଛି । ପଞ୍ଚାୟତ ନିର୍ବାଚନ ମଧ୍ୟ ହୋଇଛି । କୋଟିଆକୁ ନେଇ ସର୍ବୋଚ୍ଚ କୋର୍ଟ ଯାଇଥିଲେ ଆନ୍ଧ୍ରପ୍ରଦେଶ ସରକାର । ସର୍ବୋଚ୍ଚ କୋର୍ଟ ତାଙ୍କ କେସକୁ ଗ୍ରହଣ କଲେନାହିଁ । ଏହା ପରେ ବି ଚାଲବାଜି ଜାରି ରଖିଛି ଆନ୍ଧ୍ର । ଓଡିଶା ଆନ୍ଧ୍ରକୁ କୋଟିଆରେ ପ୍ରବେଶ କରିବାକୁ ଦେବନାହିଁ । ଗୋଟେ ପଟେ ଆଲୋଚନା କରୁଛନ୍ତି, ଅନ୍ୟପଟେ ବିଭିନ୍ନ ଆଳ ଦେଖାଉଛନ୍ତି । ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । କୋଟିଆକୁ ଆନ୍ଧ୍ର କେବେ ବି ହାତେଇ ପରିବନାହିଁ । ଆମେ ଏହା ହେବାକୁ ଦେବୁନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.