ETV Bharat / city

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା

author img

By

Published : Mar 2, 2021, 9:21 PM IST

Updated : Mar 3, 2021, 6:03 AM IST

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର ଜଟଣୀରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟର ତଦାରଖ କରିଛନ୍ତି ସାଂସଦ ଅପରାଜିତା ସଡଙ୍ଗୀ । ଅଧିକ ପଢନ୍ତୁ...

ଭୁବନେଶ୍ୱର: ସଂସଦୀୟ କ୍ଷେତ୍ରରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ହେଉଥିବା ରାସ୍ତା ପରିଦର୍ଶନ କରିଛନ୍ତି ।

ସୂଚନା ଅନୁଯାୟୀ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ହେଉଥିବା ରାସ୍ତା ପରିଦର୍ଶନ କରିଛନ୍ତି । ପତ୍ରପଡା ଏବଂ ରଣସିଂହପୁର ମଧ୍ୟରେ 3 କୋଟି 34 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ତଦାରଖ କରିଛନ୍ତି ।

ସେହିପରି ଛଣଗର ଅଞ୍ଚଳରେ 2 କୋଟି 20 ଲକ୍ଷ, ଉପରବସ୍ତିରେ 1 କୋଟି 44 ଲକ୍ଷ ଟଙ୍କା ବ୍ୟୟ ଅଟକଳ କାର୍ଯ୍ୟର ତଦାରଖ କରିଛନ୍ତି ଅପରାଜିତା । ଏହି ଅବସରରେ ସାଂସଦ ବିଭଗୀୟ ସରକାରୀ ଅଧିକାରୀ, ଗ୍ରାମବାସୀ ଏବଂ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । ରାସ୍ତାର ଗୁଣବତ୍ତା ଏବଂ ସମସ୍ୟାର ସମୀକ୍ଷା କରି ଅସମ୍ପୂର୍ଣ କାମ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Mar 3, 2021, 6:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.