ETV Bharat / city

ଝିଅର ଜନ୍ମଦିନରେ ନିଖୋଜ ଘଟଣାର CBI ତଦନ୍ତ ଦାବିକଲେ ମାଆ

author img

By

Published : Nov 4, 2021, 5:10 PM IST

mother demanded a CBI probe for her duaghter Pihu missing case on her birthday
ପିହୁର ଜନ୍ମଦିନରେ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବିକଲେ ମାଆ

କୁନି ଝିଅ ପିହୁ ନିଖୋଜ ଘଟଣାକୁ ୧୪ ମାସ ବିତିଥିଲେ ମଧ୍ୟ ନ୍ୟାୟ ପାଇଁ ନେହୁରା ହୋଇ ନିରାଶ ପରିବାର । ଅଧିକ ପଢନ୍ତୁ...

ଭୁବନେଶ୍ବର: ପିହୁର ଜନ୍ମଦିନରେ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି । 14 ମାସ ହୋଇଯାଇଥିଲେ ବି କୌଣସି ପ୍ରକାରର ନ୍ୟାୟ ପରିବାରକୁ ମିଳିପାରିଲାନାହିଁ । ତେଣୁ କୁନି ଝିଅ ପାଇଁ ଜନ୍ମଦିନ ରେ ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି ତାଙ୍କ ମାଆ ।

ଝିଅର ଜନ୍ମଦିନରେ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବିକଲେ ମାଆ

ଯାଜପୁର ବିଂଝାରପୁର କୁନି ଝିଅ ପିହୁ ନିଖୋଜ ଘଟଣାକୁ ୧୪ ମାସ ବିତିଲାଣି । ପିହୁଙ୍କ ପରିବାର ନ୍ୟାୟ ପାଇଁ ବିଂଝାରପୁର ଥାନାରୁ ଆରମ୍ଭ କରି ଏସପି ଯାଜପୁର, ଜିଲ୍ଲାପାଳ ଯାଜପୁର, ଡିଜି ପୋଲିସ ଓଡିଶା, ମୁଖ୍ୟମନ୍ତ୍ରୀ ଓଡିଶା, କେନ୍ଦ୍ର ମାନବ ଅଧିକାର କମିଶନ, ରାଜ୍ୟପାଳ ସମସ୍ତଙ୍କ ଦ୍ଵାରସ୍ଥ ହେଲାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଝିଅର ପତ୍ତା ମିଳିଲା ନାହିଁ ।

ପିହୁଙ୍କ ପରିବାରକୁ ନ୍ୟାୟ ମିଳିଲାନାହିଁ । ଆଜି(ଗୁରୁବାର) ପିହୁର ଜନ୍ମଦିନ ଅବସରରେ ପିହୁର ମାଆ ମୋନାଲିସା ନାୟକ ନ୍ୟାୟ ପାଇଁ ରାଜ୍ୟ ସରକାରଙ୍କୁ ନେହୁରା ହୋଇଛନ୍ତି । ପିହୁ ନିଖୋଜ ଘଟଣାରେ ସିବିଆଇ ତଦନ୍ତ ଦାବିକରି ଆକୁଳ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.