ETV Bharat / city

ରାଜଧାନୀ ବିଚ୍ ରାସ୍ତାରେ ଛୁରାମାଡ ଘଟଣା, ଜଣକୁ ସାକ୍ଷୀ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Jan 16, 2022, 12:10 PM IST

murder case in bhubaneswar
ରାଜଧାନୀରେ ଛୁରାମାଡ଼ ଘଟଣା, 2ଗିରଫ ଓ ଜଣେ ସାକ୍ଷୀ

ରାଜଧାନୀ ରାସ୍ତାରେ ଛୁରା ମାଡ଼ ଘଟଣା। ଘଟଣାରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଜଣକୁ ସାକ୍ଷୀ କରି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା। ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଛୁରାମାଡ଼ ଘଟଣା। ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଜଣକୁ ସାକ୍ଷୀ କରି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା । ଗତ ଶନିବାର କେକ ଖାଉଥିବାବେଳେ ଦୁଇ ଜଣଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ।

ଭୁବନେଶ୍ବର ପ୍ରେସ ଛକରେ ଗତ ଶନିବାର ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମିଲୁ ଓ ସତ୍ୟ ହୋଇଥିବା ଜଣା ପଡ଼ିଛି। ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ୟର ଘର ଭଦ୍ରକ । ଉଭୟ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ।

ଦୁବୃର୍ତ୍ତଙ୍କ ଛୁରାମାଡରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଛୁରାମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହତ୍ୟାକାରୀଙ୍କ ଏପରି ଉତ୍ପାତ ଓ ପୋଲିସ ପାଟ୍ରୋଲିଂକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ଗୋଷ୍ଠୀ ସଂଘର୍ଷ ନୁହେଁ ବୋଲି ଖଣ୍ଡନ କରିଛନ୍ତି ଅତିରିକ୍ତ ଡିସିପି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.