ETV Bharat / city

ବିଦ୍ୟାଳୟରେ ନାବାଳିକା ଗର୍ଭଧାରଣ ଘଟଣା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ NHRC

author img

By

Published : Jun 28, 2021, 8:26 AM IST

ବିଦ୍ୟାଳୟରେ ନାବାଳିକା ଗର୍ଭଧାରଣା ଘଟଣା
ବିଦ୍ୟାଳୟରେ ନାବାଳିକା ଗର୍ଭଧାରଣା ଘଟଣା

ରାଜ୍ୟରେ ବିଭିନ୍ନ ବଦ୍ୟାଳୟରେ ନାବାଳିକା ଗର୍ଭବତୀ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଦ୍ୟାଳୟରେ ନାବାଳିକାଙ୍କର ଗର୍ଭଧାରଣ ନେଇ NHRC ଡିଜିପିଙ୍କୁ ରିପୋର୍ଟ ତଲବ । ରାଜ୍ୟରେ ବିଭିନ୍ନ ବିଦ୍ୟାଳୟରେ ନାବାଳିକା ଗର୍ଭବତୀ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।

ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି । ମାତ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ମାନବାଧିକାର କମିଶନ ରାଧାକାନ୍ତ ତ୍ରିପାଠୀ 2019 ଡିସେମ୍ବର 16ରେ ସ୍କୁଲଗୁଡ଼ିକରେ ଗର୍ଭଧାରଣ ଉପରେ ଆବେଦନ କରାଯାଇଥିବା ଶୁଣାଣି ପରେ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏସସି ଏବଂ ଏସଟି ବର୍ଗର ନାବାଳିକା କେତେକ ଆବାସିକ ବିଦ୍ୟାଳୟରେ ଯୌନ ଶୋଷଣର ଶିକାର ହୋଇଛନ୍ତି ।

ଏହାକୁ ନେଇ ଆୟୋଗ ନିର୍ଦ୍ଦେଶ ଦେଲା ପରେ ରାଜ୍ୟ ସରକାର ଗତ ବର୍ଷ ଅକ୍ଟୋବର 7ରେ ଏକ ରିପୋର୍ଟ ଦାଖଲ କରିଥିଲେ । ଯାହା ଢେଙ୍କାନାଳ, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ଘଟିଥିବା ତିନୋଟି ମାମଲା ସମ୍ବନ୍ଧରେ ଫୋକସ କରାଯାଇଛି । ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ମଧ୍ୟ କୁହାଯାଇଛି ।

ତେବେ ଅନ୍ୟପଟେ ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡା, ଯାଜପୁର ଏବଂ କାଲାହାଣ୍ଡି ଜିଲ୍ଲା ଗୁଡିକରେ ଘଟିଥିବା ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ଚାରିସପ୍ତାହ ମଧ୍ୟରେ ଏହି ମାମଲାଗୁଡ଼ିକରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୀଡିତାଙ୍କୁ 7ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଚାରିସପ୍ତାହ ମଧ୍ୟରେ ଦେୟ ପ୍ରମାଣ ଦାଖଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.