ETV Bharat / city

ଓଡିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ

author img

By

Published : Nov 20, 2020, 2:56 PM IST

ସୀମା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ
ସୀମା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ

ଓଡିଶା-ଆନ୍ଧ୍ର ସୀମା ବିବାଦରେ ପ୍ରତ୍ରିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ସୀମା ବିବାଦ ସମ୍ପର୍କରେ ଚାଲିଛି ପ୍ରଶାସନିକ ଆଲୋଚନା । ଖୁବଶୀଘ୍ର ହେବ ସମାଧାନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ସରକାର ସବୁବେଳେ ଲୋକଙ୍କ ସହିତ ରହିଛନ୍ତି । ସୀମା ବିବାଦ ସମ୍ପର୍କରେ ଚାଲିଛି ପ୍ରଶାସନିକ ଆଲୋଚନା । ଆନ୍ଧ୍ରପ୍ରଦେଶର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ମଧ୍ଯରେ ଆଲୋଚନା ହେଉଛି । ଖୁବଶୀଘ୍ର ସମାଧାନ ହୋଇଯିବ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଖୁଣ୍ଟି ଉଠିଛି, ଶାନ୍ତି ପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ହେବ ।

ସୀମା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଆନ୍ଧ୍ର ଓଡ଼ିଶା ସୀମା ବିବାଦ ଦେଖାଦେଇଛି। ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମ ନିକଟସ୍ଥ ଜାଗାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଧିକାରୀମାନେ ଏହି ସ୍ଥାନକୁ ଆନ୍ଧ୍ରପ୍ରଦେଶ ବୋଲି ଦର୍ଶାଇ ଏଠାରେ ଏକ ଫଳକ(ବୋର୍ଡ) ପୋତିଥିଲେ । ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଜାଣିବା ପରେ ଏହି ଫଳକକୁ ଭାଙ୍ଗି ସେଠାରେ ପୁନଃ ଓଡ଼ିଶା ଫଳକ ଲଗାଇଥିଲେ । ଯାହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି ।

ଦୀର୍ଘ ଦିନ ଧରି ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଲାଗି ରହିଛି ସୀମା ବିବାଦ । ନିକଟରେ ଏହାର ସମାଧାନ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆପୋଷ ବୁଝାମଣା କରିବାକୁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଏବଂ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.