ETV Bharat / city

ଯୋଗାଣ ବିଭାଗ ଉପରେ ବର୍ଷିଲେ ସାଲୁଜା

author img

By

Published : Feb 19, 2020, 3:04 PM IST

Santosh sing saluja
Santosh sing saluja

ଧାନ କିଣାରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା । ଏହାକୁ ନେଇ ପ୍ରଶ୍ନକାଳରେ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ । ଏହାକୁ ନେଇ କଣ? ଅଭିଯୋଗ କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ପଢନ୍ତୁ ସଂପୂର୍ଣ୍ଣ ଖବର...

ଭୁବନେଶ୍ବର: ବୁଧବାର ପ୍ରଶ୍ନକାଳରେ ଖରିଫ ଋତୁ ଧାନ ସଂଗ୍ରହକୁ ନେଇ ବିଧାୟକ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାର ଓ ଯୋଗାଣ ବିଭାଗ ଉପରେ ଜୋରଦାର ବର୍ଷିଛନ୍ତି ।

ଯୋଗାଣ ବିଭାଗ ଉପରେ ବର୍ଷିଲେ ସାଲୁଜା

ସେ ଅଭିଯୋଗ କରିଛନ୍ତି ସାରା ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶାରେ ଧାନ ବିକ୍ରିରେ ଚାଷୀ ଶୋଷଣର ଶୀକାର ହେଉଛନ୍ତି । ମିଲର ମାନେ ଚାଷୀଙ୍କୁ ଲୁଟୁଛନ୍ତି । କଟନୀଛଟ୍‌ନୀ ବ୍ୟାପକ ମାତ୍ରାରେ ହେଉଛି । ଟୋକନ ବ୍ୟବସ୍ଥା ଦ୍ବାରା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ସଂପର୍କରେ ସେ ଆଜି ଗୃହରେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିଲେ । ଯାହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.