ETV Bharat / city

ମାଟ୍ରିକ ପାସ ହାରରେ ରେକର୍ଡ, ଛାତ୍ରଛାତ୍ରୀଙ୍କ ଆଗାମୀ ପଢା ପାଇଁ ଚିନ୍ତା

author img

By

Published : Jun 26, 2021, 10:19 PM IST

ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇସାରିଛି। ଏଥର ମାଟ୍ରିକ ପାସ ହାର ରେକର୍ଡ ସୃଷ୍ଟି କରିଛି। ବିନା ପରୀକ୍ଷାରେ ୯୭.୮୯ ପାସ ହାର ରହିଛି । ପ୍ରାୟ ଶତ ପ୍ରତିଶତ ପାସ୍ ପରେ ଏବେ ଭବିଷ୍ୟତ ଉଚ୍ଚତର ପାଠପଢ଼ାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀଙ୍କ ଆଗାମୀ ପଢା ପାଇଁ ଚିନ୍ତା
ଛାତ୍ରଛାତ୍ରୀଙ୍କ ଆଗାମୀ ପଢା ପାଇଁ ଚିନ୍ତା

ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇସାରିଛି। ଏଥର ମାଟ୍ରିକ ପାସ ହାର ରେକର୍ଡ ସୃଷ୍ଟି କରିଛି। ବିନା ପରୀକ୍ଷାରେ ୯୭.୮୯ ପାସ ହାର ରହିଛି । ପ୍ରାୟ ଶତ ପ୍ରତିଶତ ପାସ୍ ପରେ ଏବେ ଭବିଷ୍ୟତ ଉଚ୍ଚତର ପାଠପଢ଼ାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

ଛାତ୍ରଛାତ୍ରୀଙ୍କ ଆଗାମୀ ପଢା ପାଇଁ ଚିନ୍ତା

କାରଣ ଏଥର ୬ ଲକ୍ଷରୁ ଉର୍ଦ୍ଧ୍ବ ପାସ କରିଥିବା ଛାତ୍ରଛାତ୍ରୀ କେଉଁଠି ନାମଲେଖାଇବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏପଟେ ଏହି ପରୀକ୍ଷା ଫଳ ଛାତ୍ରଛାତ୍ରୀଙ୍କ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି।

ସେପଟେ ପାସହାର ଅହେତୁକ ବୃଦ୍ଧି ଘଟିଥିଲେ ବି ପରୀକ୍ଷାର୍ଥୀଙ୍କୁ ସଠିକ ମାର୍କ ମିଳିନଥିବା ଅଭିଯୋଗ ସହିତ ଯୁକ୍ତ ଦୁଇ ନାମଲେଖାରେ ମେଧାବୀ ବାଛିବା ଲାଗି ସ୍ବତନ୍ତ୍ର ପଦ୍ଧତି କରିବାକୁ ଦାବି ହୋଇଛି। ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନରେ ରେଗୁଲାର ଓ ଏକ୍ସ ରେଗୁଲାର ପିଲା ମିଶି ମୋଟ ୬ ଲକ୍ଷ ୯ହଜାର ୨୯୯ ପାସ୍ କରିଛନ୍ତି।

ଫଳାଫଳ ବାହାରି ସାରିଛି ସତ ହେଲେ ଏବେ ଉଚ୍ଚତ୍ତର ପାଠ ପଢିବା ନେଇ ଆଶା ଆଶଙ୍କା ଦେଖାଦେଇଛି । କାରଣ ମାଟ୍ରିକ ପରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ, ଆଇଟିଆଇ କିମ୍ବା ଡିପ୍ଲୋମାରେ ନାମ ଲେଖାଇଥାନ୍ତି । ରାଜ୍ୟରେ ସରକାରୀ ଜୁନିୟର କଲେଜରେ ୪ ଲକ୍ଷ ୩୩ ହଜାର ୧୨୨ ସିଟ୍ ଥିବା ବେଳେ ପ୍ରାୟ ୧ ଲକ୍ଷ ଆଇଟିଆଇ ଓ ଡିପ୍ଲୋମା ସିଟ୍ ରହିଛି।

ଏହାସହ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ଚଳିତ ରେଜଲ୍ଟ ନକରାତ୍ମକ ପ୍ରଭାବ ପକାଇବ ବୋଲି ଆଶଙ୍କା ଦେଖାଦେଇଛି। ବିନା ପରୀକ୍ଷାରେ ଫଳ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାମୂଳକ ପାଠ୍ୟକ୍ରମର ଅଧ୍ୟବ୍ୟବସାୟ ରହିବ ନାହିଁ ବୋଲି ଶିକ୍ଷାବିତ୍ କହିଛନ୍ତି।

A1 ଅପେକ୍ଷା A2, B1, B2, C, D, E ଗ୍ରେଡରେ ଅଧିକ ପରିମାଣରେ ପିଲାଙ୍କ ପାସ ସଂଖ୍ୟା ରହିଛି । ଜଣେ ମେଧାବୀ ଛାତ୍ରଟିଏ ନିଜର ମନପସନ୍ଦର କଲେଜ ପାଇବା ବି କଷ୍ଟକର ହୋଇପଡିବ । ତେଣୁ ଯୁକ୍ତ ଦୁଇ ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କିମ୍ବା କୌଣସି ସ୍ବତନ୍ତ୍ର ପଦ୍ଧତି କରିବାକୁ ଦାବି ହୋଇଛି।

ସେପଟେ ଫଳାଫଳର ସକରାତ୍ମକ ଦିଗକୁ ଦେଖିଲେ ବିଗତ ବର୍ଷ ପ୍ରାୟ ଲକ୍ଷାଧିକ ସିଟ୍ ଖାଲି ପଡୁଥିବା ବେଳେ ଏଥର ତାହା ଭରଣା ହୋଇପାରିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ । ଏହାସହ ପାସ୍ ହାର ଅଧିକ ରହିଥିଲେ ବି ୯୦ ପ୍ରତିଶତରୁ ଅଧିକା ପାସ୍ ହାର ପ୍ରାୟ ସମାନ ରହିଛି । ତେଣୁ ମେଧାବୀମାନେ ସଠିକ୍ କଲେଜ ପାଇବେ ବୋଲି କହିଛନ୍ତି।

ତଥାପି ଏଥର ପରୀକ୍ଷା ଫଳ ପରିକ୍ଷାର୍ଥୀ ଓ ଅଭିଭାବକୁ ସେତେଟା ସନ୍ତୁଷ୍ଟ କରିପାରିନଥିବା ବେଳେ ନିଜ ଭବିଷ୍ୟତକୁ ନେଇ ଏବେବି ଚିନ୍ତାରେ ଅଛନ୍ତି। ପରିକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଆସନ୍ତା ଜୁଲାଇ ୫ ତାରିଖରୁ ଅଫଲାଇନରେ ପରୀକ୍ଷା ଦେବା ଲାଗି ଫର୍ମଫିଲଅପ ଆରମ୍ଭ ହେବ ।

ଯେହେତୁ କୋରୋନା ପାଇଁ ପାଠ୍ୟକ୍ରମରୁ ଦୀର୍ଘ ମାସ ହେବ ଦୂରେଇ ଯାଇଛନ୍ତି ଏବଂ ଏହାର ଫଳାଫଳ ବାହିରାବାକୁ ବିଳମ୍ବ ହେବ । ତେଣୁ ଏହି ପକ୍ରିୟାରେ ସାମିଲ ହେବେ କି ନାହିଁ ତାହାବି ଦ୍ବନ୍ଦରେ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.