ETV Bharat / city

ମନିଷ ମୃତ୍ୟୁ ମାମଲାରେ ବିବାଦୀୟ ବାର ଲିଙ୍କ୍, ବାର ଚଲାଉଥିବା କନଷ୍ଟେବଳକୁ ବାନ୍ଧିଲା ପୋଲିସ

author img

By

Published : Oct 22, 2021, 4:37 PM IST

Updated : Oct 22, 2021, 6:10 PM IST

Manish dash death case police constable prasanna behera suspended
ମନିଷ ମୃତ୍ୟୁ ମାମଲାରେ ବିବାଦୀୟ ବାର ଲିଙ୍କ୍,ବାର ଚଲାଉଥିବା କନଷ୍ଟେବଳକୁ ବାନ୍ଧିଲା ପୋଲିସ

ରାଜାଧାନୀର ବହୁଚର୍ଚ୍ଚିତ ମନିଷ ଦାସ ମୃତ୍ୟୁ ମାମଲାରେ ବିବାଦୀୟ ସାଉଥ ସିଟି ବାର ଚଳାଉଥିବା ପୋଲିସ କନେଷ୍ଟେବଳ ପ୍ରସନ୍ନ ବେହେରା ନିଲମ୍ବିତ । ଅକ୍ଟୋବର ୯ ତାରିଖରେ ମନୀଷଙ୍କୁ ଅପହରଣ କରି ହୋଟେଲ ସାଉଥସିଟି ବାରକୁ ଅଣାଯାଇଥିଲା। ଏହା ପରେ ବିବାଦୀୟ ଭାବେ ମନୀଷର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ପୋଲିସ ଚଲାଉଥିଲା ଡ୍ୟାନ୍ସ ବାର। ରାତି ଅଧରେ ମତୁଆଲା ହେଉଥିଲେ ଅମାନିଆ। ବୋତଲ ଗଡୁଥିଲା ନିଶା ଚଢୁଥିଲା। ଡ୍ୟାନସ ବାରର ରଙ୍ଗୀନ ଆଲୁଅରେ ଅପରାଧି ଓ ନିଶାଖୋରଙ୍କ ଆଡ୍ଡା ଜମୁଥିଲା। ଯାହାକୁ ନେଇ ଗତ ଅକ୍ଟୋବର ୯ ତାରିଖରେ ମନୀଷଙ୍କୁ ଅପହରଣ କରି ହୋଟେଲ ସାଉଥସିଟିର ବାରକୁ ଅଣାଯାଇଥିଲା। ଯେଉଁଠୁ ମନୀଷ ମୃତ୍ୟୁ ବିବାଦ ସୂତ୍ରପାତ ହୋଇଥିଲା।

ମନିଷ ମୃତ୍ୟୁ ମାମଲାରେ ବିବାଦୀୟ ବାର ଲିଙ୍କ୍,ବାର ଚଲାଉଥିବା କନଷ୍ଟେବଳକୁ ବାନ୍ଧିଲା ପୋଲିସ

ମନିଷ ଦାସ ମୃତ୍ୟୁ ପରେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ବିବାଦୀୟ ହୋଟେଲ ସାଉଥସିଟି ବାରର କାରନାମା ପୋଲିସ ସ୍କାନରକୁ ଆସିଥିଲା । ଯାହାକୁ ଚଲାଉଥିଲେ କମିସନରେଟ ପୋଲିସର କନଷ୍ଟେବଳ ପ୍ରସନ୍ନ ବେହେରା। ଯିଏ କି ନିଜ ଭାଇ ନିରଞ୍ଜନ ବେହେରା ନାଁ ରେ ଲାଇସେନ୍ସ ଆଣି ଚଳାଉଥିଲେ ବାର। ଏପରିକି ପୋଲିସ ଚଢାଉର ବି ଭୟ‌ ନଥିଲା । କାରଣ ନିଜେ କନଷ୍ଟେବଳ ଯୋଗୁଁ ବିଭାଗ ସହ ଥିଲା ସଲାସୁତରା । ଥାନାରୁ ପୋଲିସ ଗାଡି ଆସୁଥିଲେ ଖବର ପାଇଯାଉଥିଲେ ପ୍ରସନ୍ନ। କାରଣ ନିଜେ ହାବିଲଦାର ଓ କନଷ୍ଟେବଳ ସଂଘର ସଭାପତି ଯୋଗୁଁ ଥାନାଠୁ ପୋଲିସ ସେବା ଭବନ ପର୍ଯନ୍ତ ସବୁଠି ଥିଲା ସେଟିଂ ।

କୌଣସି କାର୍ଯାନୁଷ୍ଠାନ ପାଇଁ ବାର ବିରୋଧରେ ଅଭିଯୋଗ ଆସୁଥିଲେ ରଫାଦଫା ପାଇଁ ସୂତ୍ରଧର ସାଜୁଥିଲେ ପ୍ରସନ୍ନ ବେହେରା। ଯାହାଙ୍କ ଇସାରାରେ ସାଉଥସିଟି ଭଳି ହୋଟେଲରେ ବେଆଇନ ଭାବେ ବାର ଚଲାଉଥିଲେ ପ୍ରସନ୍ନ ବେହେରା। ଏପରିକି ପ୍ରସନ୍ନଙ୍କ ଦବଦବାରେ ବାର ସାମ୍ନାରେ ପହଞ୍ଚିବାକୁ ସାହସ କରୁନଥିଲେ ଆଇଆଇସି । ସେପଟେ ମନୀଷ ମୃତ୍ୟୁ ମାମଲାରେ ଗଣମାଧ୍ୟମରେ ପ୍ରସନ୍ନଙ୍କ ଏକ ଭାଇରାଲ ଭିଡିଓ ପ୍ରସାରଣ ପରେ ବଦନାମ ହୋଇଥିଲା ପୋଲିସ। ପ୍ରଶ୍ନ ଉଠିଥିଲା ସୁପର କପ ଅଫିସରଙ୍କ ଥାଉଥାଉ ସହର ଭିତରେ କିଭଳି ଚାଲିଛି ପୋଲିସର ଏଭଳି ଦବଦବା‌।

Manish dash death case police constable prasanna behera suspended
ମନିଷ ମୃତ୍ୟୁ ମାମଲାରେ ବିବାଦୀୟ ବାର ଲିଙ୍କ୍,ବାର ଚଲାଉଥିବା କନଷ୍ଟେବଳକୁ ବାନ୍ଧିଲା ପୋଲିସ

ସହରର ଏଭଳି ବେଆଇନ କାର୍ଯ୍ୟ ଉପରେ ପୋଲିସର ଆକ୍ସନର ପଛଘୁଞ୍ଚା ନେଇ କମିସନରେଟ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା । ଆଉ ଶେଷରେ ସୁପରିୟର ଅଫିସର ନେତୃତ୍ବରେ ଚାଲୁଥିବା କମିସନରେଟ ପୋଲିସ ବଦନାମ ଭୟରେ ଆରମ୍ଭ ହୋଇଥିଲା ତଦନ୍ତ। କନଷ୍ଟେବଳଙ୍କ କଳା କାରନାମାର ଚିଠା ପ୍ରସ୍ତୁତ କରିଥିଲେ ଅତିରିକ୍ତ ଡିସିପି । ଶେଷରେ ଆକ୍ସନ ନେଇଥିଲେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ। କନେଷ୍ଟବଳ ପ୍ରସନ୍ନ ବେହେରାକୁ ନିଲମ୍ବିତ କରିଛନ୍ତି । ବେଆଇନ ବାର ଚଲାଇବା ଲିଙ୍କରେ ଗିରଫ କରିଛି ପୋଲିସ। କୋଭିଡ ବେଳେ ବେଆଇନ ଡ୍ୟାନସ ବାର ଚଲାଇବା ଲିଙ୍କରେ ତାଙ୍କୁ ଗିରଫ କରିଛି ପୋଲିସ। ପ୍ରସନ୍ନ ବେହେରା ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ଅଛନ୍ତି। ମନିଷ ମୃତ୍ୟୁ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ହୋଟେଲ ଲିଙ୍କ।

ସେହିପରି ପୋଲିସ ସାଉଥ ସିଟି ବାରରେ ଚଢାଉ କରିଛି । ଚୋରା ମଦ ବିକିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖାଯାଇ ଛି। ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଅଟକ ରହିଥିବା ବେଳେ କନଷ୍ଟେବଳ ପ୍ରସନ୍ନ ବେହେରା ଗିରଫ ହୋଇଛି । କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବେଆଇନ ଭାବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଖୋଲିବା ଅଭିଯୋଗ ରହିଥିଲା। ଗତ ୩୦.୯ ରୁ ବାର ଲାଇସେନ୍ସ ସରିଯାଇଥିଲା।ଲାଇସେନ୍ସ ନ ଥାଇ ବାରରେ ଚୋରା ମଦ ବିକ୍ରି ଅଭିଯୋଗ । ଅବକାରୀ ନିୟମ ଅଧିନରେ ବାରରୁ ମଦ ଜବତ କଲା ପୋଲିସ ।


ଘଟଣା ତଦନ୍ତ ପରେ ତମାଣ୍ଡୋ ଥାନା ଅଧିକାରୀ ଟ୍ରାନସଫର । ଡିସିପି ମୁଖ୍ୟାଳୟକୁ ବଦଳି କଲେ ପୋଲିସ କମିସନର । ଆଇଆଇସି ଦାୟିତ୍ବ ନିର୍ବାହରେ ଅବହେଳା କରିଥିବା ଅଭିଯୋଗ। ତାଙ୍କ ସ୍ଥାନରେ ଚନ୍ଦକା ଥାନା ଏସଆଇ ଶୁଭ୍ରାଂଶୁ ଜେନାଙ୍କୁ ତମାଣ୍ଡୋ ଥାନା ଦୟିତ୍ବ ଦିଆଯାଇଥିବା ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 22, 2021, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.