ETV Bharat / city

ମମିତା ହତ୍ୟାକାଣ୍ଡ; ‘ରାଜ୍ୟ ସରକାର ନାଟକ କରୁଛନ୍ତି’

author img

By

Published : Nov 11, 2021, 8:17 PM IST

କୁସୁମ ଟେଟେ
କୁସୁମ ଟେଟେ

କଂଗ୍ରେସର ଏହି ବନ୍ଦ ଡାକରାକୁ ସମର୍ଥନ କରିଛି ବିଜେପି । ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଉଛି । କଂଗ୍ରେସ ବନ୍ଦକୁ ଆମେ ସମର୍ଥନ କରୁଛୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହାକୁ ସହଜରେ ଗ୍ରହଣ କରି ପାରୁନି ଶାସକ ବିଜୁ ଜନତା ଦଳ। କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ଚାଲିଥିବା ଆନ୍ଦୋଳନକୁ କଂଗ୍ରେସ ମଧ୍ୟ ରାଜଧାନୀ ଦିଲ୍ଲୀକୁ ନେଇଛି । ଏହାସହ ଦଳ ଆସନ୍ତାକାଲି ସାରା ରାଜ୍ୟରେ 6 ଘଣ୍ଟିଆ ବନ୍ଦ ପାଳନ ଆହ୍ବାନ ଦେଇଛି। ସମସ୍ତ ଜନସାଧାରଣଙ୍କୁ ସମର୍ଥନ କରିବାକୁ ନିବେଦନ କରିଛି ଦଳ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା; ରାଜ୍ୟ ସରକାର ନାଟକ କରୁଛନ୍ତି: ବିରୋଧୀ

କଂଗ୍ରେସର ଏହି ବନ୍ଦ ଡାକରାକୁ ସମର୍ଥନ କରିଛି ବିଜେପି । ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଉଛି । କଂଗ୍ରେସ ବନ୍ଦକୁ ଆମେ ସମର୍ଥନ କରୁଛୁ । ରାଜ୍ୟ ସରକାର ନାଟକ ବାଜି କରୁଛନ୍ତି। ସମଗ୍ର ରାଜ୍ୟରେ ମହିଳା ଆଜି ଅସୁରକ୍ଷିତ। ଏ କଥାକୁ ମୁଁ ବିଧାନସଭାକୁ ନେବି। ମମିତାକୁ ନ୍ୟାୟ ମିଳିଲାନାହିଁ। ଶତ୍ରୁ ଠାରୁ ମଧ୍ୟ ବଳିଗଲେ ସରକାର । ମମିତା ପରିବାରକୁ ସମବେଦନା ଜଣାଇବା ଦୂରର କଥା, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ଷ୍ଟେଜ ଉପରେ ବସାଇବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି ବିଧାୟିକା କୁସୁମ ଟେଟେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.