ETV Bharat / city

ଅଚଳ ରାଜହଂସରୁ ତୈଳ କାଢିବାକୁ ନିର୍ଦ୍ଦେଶ, ନହେଲେ କାର୍ଯ୍ୟାନୁଷ୍ଠାନ

author img

By

Published : Aug 17, 2019, 10:32 PM IST

ଚିଲିକା ହ୍ରଦ ପାଖରେ ଅଚଳ ହୋଇପାଡିଥିବା ମାଲେସିଆ ଜାହାଜକୁ ହଟାଇବାକୁ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଙ୍ଗଲ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚିଲିକା ହ୍ରଦ ନିକଟରେ ଅଚଳ ହୋଇପଡିଥିବା ମାଲେସିଆ ଜାହାଜ ରାଜହଂସରୁ ତୈଳ ଲିକ ନେଇ ଆଶଙ୍କା ରହିଛି । ତୈଳ ଲିକ୍‌ ହେଲେ ସାମୁଦ୍ରିକ ଜୀବ ତଥା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ । ତେଣୁ ସେଥିପ୍ରତି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବିଭାଗୀୟ ସଚିବ ସୁରେଶ ମହାପାତ୍ର କହିଛନ୍ତି । ସେ ସ୍ଥାନରୁ ଜାହାଜକୁ କିମ୍ବା ଜାହାଜରୁ ତୈଳ ହଟାଇବାକୁ କୋଷ୍ଟଗାର୍ଡ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ 10ଦିନ ତଳେ ଚିଲିକା ହ୍ରଦ ନିକଟ ସମୁଦ୍ରରେ ମାଲେସିଆ ଜାହାଜ ଅଚଳ ହୋଇଥିଲା । ଏଥିରେ ଥିବା ତୈଳ ଲିକ୍ ହେଲେ ସାମୁଦ୍ରିକ ଜୀବମାନଙ୍କର କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ କୋଷ୍ଟଗାର୍ଡ ତରଫରୁ ସେଠାରୁ ଜାହାଜକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାହାଜ କମ୍ପାନୀ ଜାହାଜରୁ ତୈଳ ବାହାର କରିବାକୁ ପ୍ରତିଶ୍ରୁତି ଦେଇଛି ।

ଜାହାଜରେ 30ହଜାର ଲିଟର ତୈଳ ରହିଥିବା ଜଙ୍ଗଲ ବିଭାଗ ସଚିବ ସୁରେଶ ମହାପାତ୍ର ପ୍ରକାଶ କରିଛନ୍ତି ।


ସେ ସ୍ଥାନରୁ ଜାହାଜକୁ କିମ୍ବା ଜାହାଜରୁ ତୈଳ ହଟାଇବାକୁ କୋଷ୍ଟଗାର୍ଡ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତୈଳ ଲିକ୍ ହେଲେ ସାମୁଦ୍ରିକ ଜୀବମାନଙ୍କ କ୍ଷତି ହେବ । ତେଣୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଙ୍ଗଲ ବିଭାଗ ସଚିବ କହିଛନ୍ତି ।

ପୁରୀ ଜିଲ୍ଲାପାଳ ଏହି ଘଟଣା ଉପରେ ନଜର ରଖିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି । ଜାହାଜରୁ ତୈଳ ଲିକ୍ ହେବାର ସମ୍ଭାବନା କମ ରହିଛି ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଅନୁସାରେ କାମ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:୧୦ଦିନ ତଳେ ଚିଲିକା ରାଜହଂସ ଦିପ୍ଵ ନିକଟରେ ଫସି ରହିଛି ମାଲେସିଆ ଜାହାଜ ।ଯାହାର ତଦନ୍ତ ଆରମ୍ବ ହୋଇଛି ।ଏହି ସନ୍ଦିଗ୍ଧ ଯାହାଜ କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଛା ଆରମ୍ଭ ହୋଇଛି ।ଆଜି ଏନେଇ ଜଙ୍ଗଲ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ,
Body:ଜାହାଜ ରେ ୩୦ ହଜାର ଲିଟର ତୈଳ ରହିଛି । ସେଥିପାଇଁ କୋଷ୍ଟଗାର୍ଡ ତରଫରୁ ଏକ ନିର୍ଦ୍ଦେଶ ଦିଆଯାଇଛି ତାକୁ ତୁରନ୍ତ ସେଠୁ ନେବା ପାଇଁ କୁହାଯାଇଛି ।ଏହି ତେଲ ଲିକ୍ ହେଲେ ସମୁଦ୍ରିକ ଜୀବ ଙ୍କ କ୍ଷତି ହେବ ।ତା ଉପରେ ନଜର ରହିଛି ।ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । Conclusion:ଏନେଇ ବଙ୍ଗୋପସାଗରରେ ଥିବା ଜାହାଜ ଓଡିଶା ଜଳରାଶିରେ ଅଛି l ପୁରୀ ଜିଲାପାଳ ଏହା ଉପରେ ନଜର ରଖିଛନ୍ତି l ଜାହାଜରୁ ତେଲ ଲିକ୍ ହେବାର ସମ୍ଭାବନା କମ୍ l ଆମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରୁଛୁ l ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦଙ୍କ ସୂଚନା ଦେଇ କହିଛନ୍ତି ଯେ
ଜାହାଜ ଓଡିଶା ଜଳରାଶିରେ ଅଛି l ପୁରୀ ଜିଲାପାଳ ଏହା ଉପରେ ନଜର ରଖିଛନ୍ତି l ଜାହାଜରୁ ତେଲ ଲିକ୍ ହେବାର ସମ୍ଭାବନା କମ୍ l ଆମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରୁଛୁ l ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦଙ୍କ ସୂଚନା


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.