ETV Bharat / city

ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

author img

By

Published : Aug 26, 2022, 8:54 PM IST

ଭୁବନେଶ୍ବର ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସାହୁ ଗିରଫ । ବୋମା ତିଆରି ସାମଗ୍ରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ । ଗତ ୨୧ ତାରିଖ ରାତିରେ ପଞ୍ଚୁପଲ୍ଲୀରେ ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଅଧିକ ପଢ଼ନ୍ତୁ

ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: ଗିରଫ ହେଲା ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ । ଗତ ୨୧ ତାରିଖ ରାତିରେ ଏୟାରଫିଲଡ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀରେ ବୋମାମାଡ଼ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା । ତେବେ ଏହି ଘଟଣାରେ ପଞ୍ଚୁପଲ୍ଲୀ ମାଳିସାହିର ଅକ୍ଷୟ ସାହୁ ନାମକ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଛି ।

ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର ଏୟାରଫିଲଡ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀରେ ହୋଇଥିବା ବୋମାମାଡ଼ରେ ସେହି ଗାଁ ର ରାଜେଶ ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚୁପଲ୍ଲୀ ମାଳିସାହିର ଅକ୍ଷୟ ସାହୁକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଅକ୍ଷୟ ସାହୁକୁ ପୋଲିସ କଣାସ ଅଞ୍ଚଳରୁ ଧରଥିବା ଜଣା ପଡ଼ିଛି । ଅଭିଯୁକ୍ତ ଠାରୁ ବୋମା ତିଆରି ସାମଗ୍ରୀ ସମେତ ଫାର୍ସା, କଟୁରୀ, ଛୁରି ଭଳି ଅନେକ ମାରଣାସ୍ତ୍ର ଜବତ କରାଯାଇଛି । ଏହା ସହିତ ୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ପୂର୍ବରୁ ୧୬ ବର୍ଷ ଜେଲରେ କଟାଇଥିବା ଏହି ଅଭିଯୁକ୍ତ ନାଁରେ ଆଗରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।

ଏନେଇ ଏୟାରଫିଲଡ଼ ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, "ଅଭିଯୁକ୍ତ ଅକ୍ଷୟ ସାହୁ ନିଜ ଗାଁରେ ଭୟର ବାତାବରଣ ଖେଳାଇବା ପାଇଁ ଏବଂ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ନିଜେ ବୋମା ତିଆରି କରି ଗାଁ ଦାଣ୍ଡରେ ଫୁଟାଇଥିଲା । ତା ନାଁରେ ଆଗରୁ ଅନେକ ଅପରାଧିକ ମାମଲା ରହିଥିବାରୁ କେହି ତାକୁ ବିରୋଧ କରିନଥିଲେ । ତେବେ ପଡ଼ୋଶୀ ରାଜେଶ ସାହୁ ଏହାର ବିରୋଧ କରିଥିଲା । ଏହାପରେ ରାଜେଶ ଉପରକୁ ଆଉ ଏକ ବୋମା ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅକ୍ଷୟ । ପରେ ଚିକିତ୍ସାଧୀନ ଅବସ୍ଥାରେ ରାଜେଶର ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ବିଭିନ୍ନ ଟିମ ଗଠନ କରି ଅଭିଯୁକ୍ତ ଅକ୍ଷୟକୁ ଖୋଜୁଥିଲା ।" ପୋଲିସ ଟିମ ଅକ୍ଷୟ ଘରୁ ବୋମା ତିଆରି ସାମଗ୍ରୀ ସମେତ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଅଭିଯୁକ୍ତ ଅକ୍ଷୟ ସାହୁ ନାଁରେ କଣ କଣ ଅପରାଧିକ ମାମଲା ରହିଛି ସେନେଇ ଅଧିକ ତଦନ୍ତ ଚଲାଇଛି ପୋଲିସ ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ରାଜେଶଙ୍କ ଘର ଆଗରେ ଅଭିଯୁକ୍ତ ଅକ୍ଷୟ ବୋମା ମାଡ କରିଥିଲା । ଏହାକୁ ନେଇ ରାଜେଶ ଯୁକ୍ତି କରିବାରୁ ଲଗାତାର ତାଙ୍କ ଘର ଉପରେ ତିନୋଟି ବୋମା ପକାଇଥିଲା । ଫଳରେ ସମସ୍ତ ପରିବାର ଲୋକ ଆହତ ହୋଇଥିବା ବେଳେ ରାଜେଶ ସମେତ ଅନ୍ୟ ଜଣେ ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିଲା । ମଙ୍ଗଳବାର ରାଜଧାନୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେଶର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ଅକ୍ଷୟ ସାହୁର ପୁତୁରା ଅଜୟ ସାହୁକୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.