ETV Bharat / city

ଶନିବାର ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି, ଜଳ ସତ୍ୟାଗ୍ରହ ଚେତାବନୀ

author img

By

Published : Apr 9, 2021, 8:49 PM IST

ରାଜ୍ୟ ସରକାର ମହାନଦୀକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ଆଣି ପୁଣି ତେଜିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଅଧିକ ପଢନ୍ତୁ...

ଆସନ୍ତାକାଲି ମହାନଦୀ ଟ୍ରିବ୍ୟୁନାଲର 21 ତମ ଶୁଣାଣି
ଆସନ୍ତାକାଲି ମହାନଦୀ ଟ୍ରିବ୍ୟୁନାଲର 21 ତମ ଶୁଣାଣି

ଭୁବନେଶ୍ବର: ମହାନଦୀ ରାଜ୍ୟର ଜୀବନରେଖା । ମହାନଦୀ ଏବେ ଘୋର ବିପଦ ଭିତରେ ଅଛି । ମହାନଦୀକୁ ସୁରକ୍ଷା ଦେବା ଓଡିଶାବାସୀଙ୍କ ଦାୟିତ୍ବ । ମହାନଦୀକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ । ଗତ ତିନିବର୍ଷରେ ମହାନଦୀ ଟ୍ରିବ୍ୟୁନାଲ 20 ଥର ଶୁଣାଣି କରିଛନ୍ତି । ମହାନଦୀକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ତେଣୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ଆସନ୍ତାକାଲି(ଶନିବାର) ଟ୍ରିବ୍ୟୁନାଲର 21 ତମ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ଆନ୍ଦୋଳନ କରିବ ସଙ୍ଗଠନ । ଆସନ୍ତାକାଲି ମହାନଦୀ ଟ୍ରିବ୍ୟୁନାଲର 21 ତମ ଶୁଣାଣି । ଏହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀରେ ଜଳ ସତ୍ୟାଗ୍ରହ କରିବା ପାଇଁ ନିଷ୍ପତି ନେଇଛି । ମହାନଦୀରେ କଟକର ଜୋବ୍ରାରେ ସକାଳ 9:30 ରୁ 11:30 ଟା ପର୍ଯ୍ୟନ୍ତ ଜଳ ସତ୍ୟାଗ୍ରହ ହେବ ।

ମହାନଦୀର ସୁରକ୍ଷା ପାଇଁ ଲଢେଇରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ଆଜି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ଦେଲେନାହିଁ । ଛତିଶଗଡରେ ମହାନଦୀ ଉପରେ ନିର୍ମିତ ବେଆଇନ ପ୍ରକଳ୍ପ ଗୁଡିକରେ ରୋକ ଲାଗିଲା ନାହିଁ । ଅଣମୌସୁମୀ ସମୟରେ ଓଡିଶା ଏବଂ ହୀରାକୁଦ ପାଇଁ ଯେଉଁ 1.74 ମିଲିୟନ ଏକର ଫୁଟ ପାଣିର ଆବଶ୍ୟକତା ଅଛି ସେଥି ପ୍ରତି ଟ୍ରିବ୍ୟୁନାଲ ଦୃଷ୍ଟି ଦେଲେନାହିଁ ।

ହୀରାକୁଦ ତଳ ମୁଣ୍ଡରେ ଜଳ ସଂରକ୍ଷଣ ପାଇଁ 7 ବ୍ୟାରେଜ ନିର୍ମାଣ ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ । ଯାହା ଏବେ ଏକ ପ୍ରତାରଣାରେ ପରିଣତ ହୋଇଛି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ସରକାରଙ୍କ କୌଣସି ଆନ୍ତରିକତା ପରିଲକ୍ଷିତ ହେଉନଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.