ETV Bharat / city

ବନ୍ଧୁକ ମୁନରେ ଭିଜିଲାନ୍ସ ଡିଏସପିଙ୍କୁ ଲୁଟ୍, କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଞ୍ଜ

author img

By

Published : Jul 26, 2020, 1:29 PM IST

Updated : Jul 26, 2020, 1:51 PM IST

କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

Looting Vigilance DSP at gunpoint in bhubaneswar
ବନ୍ଧୁକ ମୁନରେ ଭିଜିଲାନ୍ସ ଡିଏସପିଙ୍କୁ ଲୁଟ୍

ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ । କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ପୋଲିସ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ହାଇପ୍ରୋଫାଇଲ ଜୋନ ଗାନ୍ଧିମାର୍ଗ ସରକାରୀ କ୍ବାଟର IV-B 25/3ରୁ ହୋଇଛି ଏହି ଲୁଟ୍ । ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ଘରେ ସକାଳ ସମୟରେ ଜୋର ଜବରଦସ୍ତ ପଶିଥିଲେ ଲୁଟେରା । ଆଉ ମୁଣ୍ଡରେ ବନ୍ଧୁକ ଲଗାଇ କାନଫୁଲ ସମେତ ସୁନା ଚେନ ଓ ହାତର ଚୁଡି ଲୁଟି ନେଇଗଲେ ।

ବନ୍ଧୁକ ମୁନରେ ଭିଜିଲାନ୍ସ ଡିଏସପିଙ୍କୁ ଲୁଟ୍, କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଞ୍ଜ

ପରେ ଘଟଣାର ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ତେବେ ଜଣେ ପୋଲିସ ଅଧିକାରିଣୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟପାଟ କରି ଅପରାଧୀ କମିଶନରେଟ ପୋଲିସକୁ ଖୋଲା ଚ୍ୟାଞ୍ଜେଜ୍ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jul 26, 2020, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.