Weather Update: ୧୦ ଯାଏଁ ପ୍ରବଳ ବର୍ଷା, ପାହାଡିଆ ଅଞ୍ଚଳରେ ହୋଇପାରେ ଭୂସ୍ଖଳନ

Weather Update: ୧୦ ଯାଏଁ ପ୍ରବଳ ବର୍ଷା, ପାହାଡିଆ ଅଞ୍ଚଳରେ ହୋଇପାରେ ଭୂସ୍ଖଳନ
ରାଜ୍ୟରେ ବଢିବ ବର୍ଷା । ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଥିବା ବେଳେ କେତକ ସ୍ଥାନରେ ଭୂସ୍କଳନ ହେବା ନେଇ ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ
ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ଲାଗି ରହିବ ବର୍ଷା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଗାମୀ 24 ଘଣ୍ଟା ମଧ୍ୟରେ ଲଘୁଚାୁପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବା ଅନୁସାରେ, "ସୃଷ୍ଟ ହେବାକୁ ଥିବା ଲଘୁଚାପ ମୌସୁମୀକୁ ଧୀରେ ଧୀରେ ସକ୍ରିୟ କରିବ। ଏହାର ପ୍ରଭାବରେ ରାଜ୍ୟରେ 10 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ଜିଲ୍ଲା ମାନଙ୍କରେ ପାଖାପାଖି 20 ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠାରୁ 9 ତାରିଖ ପର୍ଯ୍ୟନ୍ତ ହାଲୁକା ଓ ମଧ୍ୟମ ଧରଣର ବର୍ଷା ରହିବ। 10 ତାରିଖରେ ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ରହିବ। ଦକ୍ଷିଣ ଓଡ଼ିଶାରେ ସାମାନ୍ୟ କମ୍ ଧରଣର ବର୍ଷା ରହିବ। ଆଗାମୀ 24 ଘଣ୍ଟା ରେ 10 ଟି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକରେ ଆରେଞ୍ଜ ୱାର୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତିଂହପୁର, ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟରେ କନ୍ଧମାଳ କଳାହାଣ୍ଡି ବଲାଙ୍ଗିର ମାଳକନଗିରି ବୌଦ୍ଧ ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସାମୂହିକ ଭାବରେ ତଳୁଆ ଅଞ୍ଚଳରେ ପାଣି ଜାଣିବାର ସମ୍ଭାବନା ରହିଥିବା ବେଳେ ପାହାଡିଆ ଅଞ୍ଚଳରେ ଭୁସ୍କଳନ ହେବାର ମଧ୍ୟ ସମ୍ଭାବନା ରହିଛି।"
ଆସନ୍ତାକାଲି(ରବିବାର) ଠାରୁ ଆଗାମୀ 9 ତାରିଖ ପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ଏହା ଦ୍ବାରା ଚାଷ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହେବ। ଅମଳଯୁକ୍ତ ପନିପରିବାକୁ ଖୁବ ଶୀଘ୍ର ଅମଳ କରିବାକୁ ଚାଷୀମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ସକ୍ରିୟ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା 8 ତାରିଖରେ 11 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ 3 ଜିଲ୍ଲା ପୁରୀ, ଗଞ୍ଜାମ ଓ ଜଗତିଂହପୁରଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। 9 ତାରିଖରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ଜାରି ରହିବ। ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନଳ ଓ ଯାଜପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ। ଆସନ୍ତାକାଲି(ରବିବାର) ଠାରୁ ପବନର ବେଗ 45 ରୁ 55 କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ଏହା ସର୍ବାଧିକ 65 କିଲୋମିଟର ଯାଏଁ ମଧ୍ୟ ରହିପାରେ ।
ଇଟିଭି ଭାରତ, ଭୁବନେଶ୍ବର
