ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ, ପିଲା ପଢ଼ିବେ ପୁରୁଣା ପାଠ

author img

By

Published : Sep 21, 2022, 11:17 AM IST

ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ, ପିଲା ପଢ଼ିବେ ପୁରୁଣା ପାଠ

ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ । ପୂଜା ଛୁଟି ପରେ ଏହି ପ୍ରୋଗ୍ରାମ ଆରମ୍ଭ ହେବାକୁ ଥିବା ବେଳେ ଏନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ପୁସ୍ତିକା । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ (Learning program for students) । ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କରାଯିବ । ଯେଉଁଥିରେ ପିଲାମାନେ ପଢ଼ିବେ ପୁରୁଣା ପାଠ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ପୁସ୍ତିକା । ଏକଷ୍ଟ୍ରା (ଅତିରିକ୍ତ) କ୍ଲାସ ଜରିଆରେ ପଢ଼ିବେ ପୁରୁଣା ପାଠ ।

ଦୁଇଟି ଘରୋଇ ସଂସ୍ଥା ଦ୍ଵାରା ପିଲାମାନେ ପଢ଼ିବେ ପାଠ । ଏଥିଲାଗି ପ୍ରତିଦିନ ୨ଟି ଏକଷ୍ଟ୍ରା କ୍ଲାସ ଜରିଆରେ ପଢା ହେବ ପୁରୁଣା ପାଠ। କୋଭିଡ ସମୟରେ ପିଲାମାନେ କେତେ ପାଠ ପଢ଼ିଛନ୍ତି ତାହା ଜାଣିବା ଲାଗି ପ୍ରଥମେ ବେସ୍ ଲାଇନ୍ ଟେଷ୍ଟ ହେବ । ଯେଉଁମାନେ ଏଥିରେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ଘରୋଇ ସଂସ୍ଥା ପାଠ ପଢ଼ାଇବ । ରାଜ୍ୟର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କରାଯିବ ।

ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ, ପିଲା ପଢ଼ିବେ ପୁରୁଣା ପାଠ

ଏହା ବି ପଢନ୍ତୁ- ପାଠ ପଢାଇବା ପାଇଁ ନାହାନ୍ତି ଶିକ୍ଷକ, ରାଜଧାନୀ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣା

ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଗଣିତ କ୍ଲାସ ଦିଆଯିବ । ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ପିଲା ଗଣିତ, ଇଂରାଜୀ, ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢିବେ । ଆସନ୍ତା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ଯାଏଁ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ। ୩ ମାସ ଭିତରେ ସରିବ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ । ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଶିକ୍ଷକ ବୈଠକ ଜରିଆରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ନେଇ ସଚେତନ କରାଯିବ । ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ଵାରା ଦୁଇଟି ମନିଟରିଂ ଟିମ୍ ଗଠନ କରାଯିବ । ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗରେ ତଦାରଖ କରାଯିବ ।

ଏପଟେ ଓଷ୍ଟା ସଂଘର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି, "ପିଲାଙ୍କ ପାଇଁ ପାଠପଢାରେ କୋରୋନା ହେଉଥିଲା ବାଧକ। ପିଲାମାନେ ପାଠ ପଢୁଛନ୍ତି ପଢିବେ ମଧ୍ୟ । ଶିକ୍ଷକ ମାନଙ୍କ ପକ୍ଷରୁ ଦୁଇଟି କଥା କୁହାଯାଉଛି ଯେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ସହ ପ୍ରୋଗ୍ରେସ ମଧ୍ୟ ବଢାଯାଉଛି । ଆମେ ବି ଆଶା କରୁଛୁ ପିଲାମାନଙ୍କର ଯେତିକି ଲର୍ଣ୍ଣିଂ କମ ହୋଇଛି ସେହି ଅନୁସାରେ ମଧ୍ୟ ପିଲାମାନେ ରିକଭରି କରି ଆସିଲେଣି । ପୂଜା ଛୁଟି ପରେ ସରକାର ଯଦି ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମକୁ ଆରମ୍ଭ କରନ୍ତି ତେବେ ସମସ୍ତ ଶିକ୍ଷକମାନେ ବି ପ୍ରସ୍ତୁତ ହୋଇ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.