ପାଠ ପଢାଇବା ପାଇଁ ନାହାନ୍ତି ଶିକ୍ଷକ, ରାଜଧାନୀ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Sep 20, 2022, 10:39 PM IST

ପାଠ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ, ରାଜଧାନୀ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣାପାଠ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ, ରାଜଧାନୀ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣା

ରାଜଧାନୀରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି । ସ୍କୁଲ୍‌ରେ ପିଲାଙ୍କୁ ପଢାଇବାକୁ ନାହାନ୍ତି ଶିକ୍ଷକ । ବର୍ଷାରେ ବସି ପ୍ରତିବାଦ କରିବା ସହ ଭିଜିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅସରାଏ ବର୍ଷାରେ ନିଜ ହକ୍‌ ପାଇଁ ପ୍ରତିବାଦ କଲେ ଛାତ୍ରଛାତ୍ରୀ । ରାସ୍ତା ଉପରେ ଧାରଣାରେ ବସିଲେ । କୌଣସି କୌଣସି ଗ୍ରାମ ବା ଆଦିବାସୀ ଅଞ୍ଚଳରେ ନୁହେଁ ବରଂ ଖୋଦ୍‌ ରାଜଧାନୀର ମଙ୍ଗଳବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜୁ ପଟ୍ଟନାୟକ ମେମୋରିଆଲ ହାଇସ୍କୁଲରେ ପାଠପଢ଼ା ସମସ୍ୟା ଓ ଶିକ୍ଷକ ଅଭାବ ସମସ୍ୟା ନେଇ ଛାତ୍ରଛାତ୍ରୀ ଅସରାଏ ବର୍ଷାରେ ଧାରଣାରେ ବସିଛନ୍ତି ।

ପାଠ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ, ରାଜଧାନୀ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର ପ୍ରଶାନ୍ତି ବିହାର ବିଜୁ ପଟ୍ଟନାୟକ ମେମୋରିଆଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଅଭିଯୋଗ ହୋଇଛି । ଫଳରେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଗଣଶିକ୍ଷା ବିଭାଗକୁ ନିଜ ହକ୍‌ ମାଗିଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ଅଭାବ ଯୋଗୁଁ ଏହି ସମସ୍ୟା ଉପୁଜିଛି । ଶିକ୍ଷକ ଅଭାବ ପୂରଣ ଦାବିରେ ଛାତ୍ରଛାତ୍ରୀ ପାଠପଢା ଛାଡ଼ି ରାସ୍ତାରୋକ୍‌ କରି ଧାରଣାରେ ବସିଛନ୍ତି ।

ସ୍କୁଲ୍‌ରେ ୧୬୦ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ସପ୍ତାହକୁ ୩ ଦିନ ପାଠ ପଢାଇବାକୁ ଆସୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ଘର ନିର୍ମାଣ କରାଯାଇଥିଲେ ବି କ୍ଲାସ୍‌ ରୁମ୍‌ ପାଇଁ ଏପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇନାହିଁ । ଫଳରେ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାଠ ପଢୁଛନ୍ତି ।

ପ୍ରଶାନ୍ତି ବିହାର ବିଜୁ ପଟ୍ଟନାୟକ ମେମୋରିଆଲ ହାଇସ୍କୁଲରେ କ୍ଲାସ୍‌ ରୁମ୍‌ର ବି ଅଭାବ ରହିଛି । ସମସ୍ୟା ସମାଧାନ ନ କଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ବିଭିନ୍ନ ସ୍କୁଲକୁ ରୂପାନ୍ତିକରଣ କାର୍ଯ୍ୟକ୍ରମ କରୁଛନ୍ତି । 5T ଉପକ୍ରମରେ ସ୍ମାର୍ଟ ସ୍କୁଲ୍‌ ଓ କ୍ଳାସ୍‌ରୁମ୍‌ ମଧ୍ୟ କରୁଛନ୍ତି । କିନ୍ତୁ ଖୋଦ୍‌ ଭୁବନେଶ୍ବରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ରାଜ୍ୟ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.