ETV Bharat / city

Panchayat Election: ଏଥର ସର୍ବାଧିକ 23 ପ୍ରାର୍ଥୀଙ୍କ ମୃତ୍ୟୁ, ବାତିଲ ହେଲା ନିର୍ବାଚନ !

author img

By

Published : Feb 16, 2022, 5:03 PM IST

ଏଥର ସର୍ବାଧିକ 23 ପ୍ରାର୍ଥୀ ମୃତ୍ୟୁ, ବାତିଲ୍ ହେଲା ନିର୍ବାଚନ !
ଏଥର ସର୍ବାଧିକ 23 ପ୍ରାର୍ଥୀ ମୃତ୍ୟୁ, ବାତିଲ୍ ହେଲା ନିର୍ବାଚନ !

ଗତ ନିର୍ବାଚନ ତୁଳନାରେ ଏଥର ସର୍ବାଧିକ ପ୍ରାର୍ଥୀଙ୍କ ମୃତ୍ୟୁ । ଏସବୁ ସ୍ଥାନରେ ନିର୍ବାଚନ ବାତିଲ କଲେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଇଛି 23 ପ୍ରାର୍ଥୀଙ୍କ ଜୀବନ । ଗତ ନିର୍ବାଚନ ତୁଳନାରେ ଏଥର ସର୍ବାଧିକ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ଫଳରେ ଏହି ସବୁ ସ୍ଥାନରେ ନିର୍ବାଚନ ବାତିଲ କରିଛନ୍ତି ନିର୍ବାଚନ ଆୟୋଗ । ଯେଉଁ ୨୩ ସ୍ଥାନରେ ନିର୍ବାଚନ ପ୍ରତିଦ୍ବନ୍ଦୀଙ୍କ ମୃତ୍ୟୁ ଘଟିଛି ସେଠାରେ ନିର୍ବାଚନ ବାତିଲ କରାଯାଇଛି ।

ସେମାନଙ୍କ ମଧ୍ୟରୁ ଅନୁଗୋଳ, ବରଗଡ, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ, ନୂଆପଡା ଏବଂ ଗଞ୍ଜାମରୁ ଜଣେ ଲେଖାଏଁ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁର, ମୟୂରଭଞ୍ଜ ଏବଂ ବଲାଙ୍ଗୀରରୁ ୨ ଜଣ ଲେଖାଏଁ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି ।

ବରଗଡରୁ ୨ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟି ଥିବାବେଳେ ବାଲେଶ୍ବର, କଟକ, ଯାଜପୁର ଏବଂ ମୟୂରଭଞ୍ଜରୁ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ସେହିପରି ଅନୁଗୋଳ, ବାଲେଶ୍ବର ଏବଂ ନୂଆପଡାରୁ ଜଣେ ଲେଖାଏଁ ପଞ୍ଚାୟତ ସଭ୍ୟଙ୍କ ମୃତ୍ୟୁ ଘଟି ଥିବାବେଳେ କେନ୍ଦୁଝରର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପାଇଂ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୩୦ ଜିଲ୍ଲାର ୭୧ ଟି ବ୍ଲକରେ ଚାଲିଛି ମତଦାନ । ଏହାରି ମଧ୍ୟରେ ନାମାଙ୍କନ ପର ଠାରୁ ରାଜ୍ୟରେ ମୋଟ ୨୩ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ 13 ଜଣ ୱାର୍ଡ ମେମ୍ବର, 6 ଜଣ ସରପଞ୍ଚ, 3 ଜଣ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ଏସବୁ ସ୍ଥାନରେ ନିର୍ବାଚନ ବାତିଲ କରିଛନ୍ତି ଆୟୋଗ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.